ଜଳ ପରିଚାଳନା, ନିଷ୍କାସନରେ ବାଧା

ପଟ୍ଟାମୁଣ୍ଡାଇ,୩ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚାଷୀଙ୍କ ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡ଼ି ଦେଇଛି। ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି। ବର୍ଷା ଜଳ ନିଷ୍କାସନ ପଥଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବରଦଖଲ ହୋଇଥିବାରୁ ଚାଷ ଜମିଗୁଡ଼ିକରେ ବର୍ଷା ପାଣି ଲହଡ଼ି ମାରୁଛି। ବର୍ଷା ପାଣିରେ ଧାନ ବୁଡ଼ି ରହିଥିବାରୁ ଗଜା ବାହାରି ଗଲାଣି। ଜଳ ପ୍ରବେଶ ଓ ନିଷ୍କାସନର ସୁପରିଚାଳନା ନେଇ ଚାଷୀମାନେ ବର୍ଷବର୍ଷ ଧରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାରୀ କଳର ମନମାନି ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହିଁ। ହେଲେ ଚାଷୀଙ୍କ ଉଜୁଡ଼ା ଫସଲକୁ ନେଇ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ଟେକା ପକାପକି ଚାଲିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୁଦ୍ଧିଜୀବୀ ବିଜୟ ଦାସ କହିଛନ୍ତି, ପୂର୍ବ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏବେକାର ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକ ଗତ ୨ ଦିନ ତଳେ ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ଉଜୁଡ଼ା ଫସଲକୁ ନେଇ ସମୀକ୍ଷା କରିଥିଲେ। ସେହିପରି ଶାସକ ଦଳ ନେତାମାନେ ମଧ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ହେଲେ ଚାଷୀଙ୍କ ସମସ୍ୟା ପ୍ରତି କାହାର ନଜର ରହୁନାହଁି। ବିଜେଡି ସରକାରର ୨୪ ବର୍ଷ ଶାସନ ସମୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳ ନିଷ୍କାସନ ଓ ପରିଚାଳନା ଠିକ୍‌ ଭାବେ ହୋଇ ନ ଥିଲା। ଏଥିଯୋଗୁ ଜବରଦଖଲ ବଢ଼ି ଚାଲିଥିଲା। ଏପରିକି ଜଳ ନିଷ୍କାସନ ପଥ ପୋତି ହୋଇଗଲା। ୨୦୧୮ ପଟ୍ଟାମୁଣ୍ଡାଇ ସଂଲଗ୍ନ ଗୋବରୀ ସମ୍ପ୍ରସାରିତ କେନାଲକୁ ସଙ୍କୁଚିତ କରି ଦିଆଗଲା। ବ୍ରିଟିଶ ସରକାର ସମୟରୁ ହୋଇଥିବା ଜଳ ନିଷ୍କାସନ ପଥ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ବର୍ଷା ସମୟରେ ଉଦ୍‌ବୃତ୍ତ ଜଳ ଚାଷ ଜମିରୁ ନିଷ୍କାସନ ହୋଇପାରୁନାହିଁ। ଫଳରେ ଏଭଳି ବର୍ଷ ବର୍ଷ ଧରି ଘଟୁଛି ବୋଲି ଚାଷୀକୁଳ ଅଭିଯୋଗ ଉଠାଇଛନ୍ତି। ଲଗାଣବର୍ଷାରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାୟ ୭ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି। କୃଷକ ନେତା ପ୍ରକାଶ ମହାନ୍ତି କହିଛନ୍ତି, ଅଞ୍ଚଳରେ ଯେଉଁ ଜଳ ନିଷ୍କାସନ ପଥ ରହିଛି ସେଗୁଡ଼ିକ ଡ୍ରେନେଜ କଟ୍‌ ବିଭାଗର ଅପାରଗତା ପାଇଁ ପୋତି ହୋଇଯାଇଛି। ଉକ୍ତ ପଥ ଦେଇ ଏବେ ଜଳ ପ୍ରବେଶ କି ନିଷ୍କାସନ ହୋଇପାରୁନାହଁି। ପ୍ରତ୍ୟେକ ବର୍ଷ ଡ୍ରେନେଜ କଟ୍‌ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇ ଅର୍ଥ ବ୍ୟୟ ହେଉଛି। ମାତ୍ର ସେସବୁ ପ୍ରକଳ୍ପ ଠିକ୍‌ ଭାବେ କର୍ଯ୍ୟକାରୀ ହେଉନାହିଁ । ଏଥିଯୋଗୁ ବର୍ଷା ଜଳ ନିଷ୍କାସନରେ ବାଧା ଉପୁଜି ଫସଲହାନି ଘଟୁଛି।
ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ଉଭୟପାର୍ଶ୍ୱରେ ଥିବା ନୟନଯୋରି ଓ କେନାଲକୁ ପୋତି ତାହା ଉପରେ କେତେଜଣ ଲୋକ ଘର କରି ଦେଇଛନ୍ତି। ସେହିପରି ଜଳସେଚନ ବିଭାଗର ୩୦୦ ଏକରରୁ ଅଧିକ ନୟନଯୋରି ଜବରଦଖଲ ହୋଇଛି। ଫଳରେ ଏହାର ପଛପଟରେ ଥିବା ଚାଷକ୍ଷେତକୁ ପାଣି ପ୍ରବେଶ ଓ ନିଷ୍କାସନ ବାଧା ଉପୁଜି ଜମି ପଡ଼ିଆ ପଡୁଛି ଆଉ କେତେ ଜମି ଉଜୁଡି ଯାଇଛି। ଆଇନଜୀବୀ ପ୍ରଭାତ ବେରା କହିଛନ୍ତି, ନୟନଯୋରି ବା କେନାଲ କିସମ ସରକାରୀ ଜମି କୌଣସି ପରିସ୍ଥିତିରେ କାହାରି ହାତକୁ ଟେକି ଦିଆଯାଇପାରିବ ନାହିଁ। ଏହି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ। ଯଦି ସେ ସ୍ଥାନରେ କୌଣସି କେନାଲ ବା ଜଳାଶୟ ନ ଥାଏ ଏବଂ କୌଣସି ସରକାରୀ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକତା ପଡ଼େ, ତେବେ ଆର୍‌ଡିସିଙ୍କ ଅନୁମୋଦନ ପରେ ନୟନଯୋରି କିସମକୁ ବଦଳା ଯାଇପାରିବ। କିନ୍ତୁ କୌଣସି ପରିସ୍ଥିତିରେ ବ୍ୟକ୍ତିଗତ ଭାବେ କାହାକୁ ଲାଭ ଦେବା ପାଇଁ ଜମିର କିସମ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ରାଜସ୍ବ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆର୍‌ଡିସିଙ୍କ ବିନା ଅନୁମତିରେ ଚାରିଆଡ଼େ ନୟନଯୋରି, ଜଳାଶୟ, କେନାଲ ପୋତି କିସମ ପରିବର୍ତ୍ତନ କରି ଆଇନକୁ ଉପେକ୍ଷା କରାଯାଇ ବିଭିନ୍ନ ଜାଗାରେ ଏପରି ଜବରଦଖଲ ହୋଇ ଘରବାରି ଗଢ଼ି ଉଠୁଛି। ଫଳରେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନରେ ବାଧା ଉପୁଜି ଫସଲହାନି ଘଟୁଛି। ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ଯଦି ଏଭଳି କିଛି ହୋଇଥାଏ, ତେବେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri