କେସିଙ୍ଗା,୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୨୫ ତାରିଖରୁ ପାଇପ ପାଣି ଠିକ ସମୟରେ ଆସୁନାହିଁ। ଏ ନେଇ ହିତାଧିକାରୀମାନେ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରତ୍ୟେକ ଦିନ ସକାଳ ୭ଟାରେ ପାଣି ଆସୁଥିଲା। କିନ୍ତୁ ବର୍ତ୍ତମାନ କେତେବେଳେ ଦିନ ୧୧ଟାରେ ଆସୁଛି ତ କେତେବେଳେ ଦ୍ୱିପହର ଆସୁଛି। ଏନେଇ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେସିଙ୍ଗା ସହରରେ ୩ ହଜାର ହିତାଧିକାରୀଙ୍କୁ ପାଣି ସଂଯୋଗ ଦିଆଯାଇଛି। ସହରରେ ପ୍ରାୟ ୯୫ ଭାଗ ଲୋକ ପାଇପ୍‌ ପାଣି ଉପରେ ନିର୍ଭର କରିଥାନ୍ତି।

ତେଲ ନଦୀ ତଟରେ ସ୍ଥାପିତ ହୋଇଥିବା ଇଣ୍ଟେକରେ ୪ଟି ଉଚ୍ଚ ସମ୍ପନ୍ନ କ୍ଷମତା ବିଶିଷ୍ଟ ପାଣି ପମ୍ପ ସ୍ଥାପିତ କରାଯାଇଛି। ଗତ ଲଘୁଚାପ ଜନିତ ବର୍ଷାରେ ପାଣି ସ୍ରୋତ ବଢିଯିବାରୁ ମୋଟରରେ ବାଲି ପଶି ଯାଇ ଅଚଳ ହୋଇଥିଲା। ଉକ୍ତ ପାଣି ମୋଟରରେ ସଂଯୋଗ କରାଯାଇଥିବା ଜନନ୍ତ୍ରାଂଶଗୁଡିକ ଓଡ଼ିଶାରେ ମିଳୁନାହିଁ। କଲିକତାର ଏକ ଘରୋଇ କମ୍ପାନଠାରୁ ଉକ୍ତ ମୋଟର କ୍ରୟ କରି ଇଣ୍ଟେକରେ ସଂଯୋଗ କରାଯାଇଛି। କଲକତାରୁ ମେକାନିକ ଆସି ମୋଟର ସଜାଡିବାରେ ବିଳମ୍ବ ହେତୁ କେସିଙ୍ଗା ସହରକୁ ସକାଳ ୭ଘଣ୍ଟା ସମୟରେ ପାଣି ଦେବା ପରିବର୍ତ୍ତେ ପୂର୍ବାହ୍ନ ୧୧ଟାରେ ଦିଆଯାଉଛି।

ତେଲ ନଦୀର ଇଣ୍ଟେକରୁ ପାଣି ମୁଖ୍ୟ ଷ୍ଟୋରେଜରେ ୨୪ଘଣ୍ଟା ପାଣି ଭର୍ତ୍ତି କଲେ ସହରକୁ ତା ପରଦିନ ପାଣି ଦିଆଯାଇଥାଏ। ଆସନ୍ତା ଶନିବାରଠାରୁ ଠିକ ସମୟରେ କେସିଙ୍ଗା ସହରକୁ ପାନୀୟଜଳ ଯୋଗାଣ କରିବା ପାଇଁ ପିଏଚ୍‌ଡି ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିର୍ତ୍ତିରେ ପାଣି ମୋଟର ମରାମତି ଚାଲିଥିବା ବିଭାଗୀୟ ପକ୍ଷରୁ ଜଣାପଡ଼ିଛି।

ଅତିଶୀଘ୍ର ମିଟର ଠିକ କରି ପାଇପ୍‌ ପାଣି ଯୋଗାଇବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ପିଏଚ୍‌ଡି ବିଭାଗ ଯନ୍ତ୍ରୀ ଜାନକୀ ନାଏକଙ୍କୁ ପଚାରିବାରୁ ପାଣି ମୋଟର ଖରାପ ଥିବାରୁ ସମୟସୀମା ମଧ୍ୟ ନ ଦେଇ ଦୈନିକ ପାଣି ଦିଆଯାଉଛି। ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ ୪ଟି ପାଣି ମୋଟର ଇଣ୍ଟେକରେ ସ୍ଥାପିତ କରାଯାଇଛି। କଲିକତାରୁ ମେକାନିକ ଆସି ମରାମତି କାମ ଚାଲିଛି, ଶନିବାରଠାରୁ ଠିକ ଭାବେ ସହରବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

Share