ତଳମୁଣ୍ଡରେ ପହଞ୍ଚତ୍ପାରୁନି ପାଣି: ଦିନରେ ଖୋଲା ରାତିରେ ବନ୍ଦ

ତିହିଡ଼ି,୩୧।୭ (ସଞ୍ଜିତ ବଳ): ଦଶମୌଜା କେନାଲରେ ୫ ଦିନ ହେଲା ପାଣି ଛଡ଼ା ଗଲାଣି। କିନ୍ତୁ ଏଯାଏ ତଳମୁଣ୍ଡରେ ଟୋପାଏ ବ ପାଣି ପହଞ୍ଚି ପାରିଲାନି। ଏହାର ମୁଖ୍ୟ କାରଣ ହେଉଛି ଉପରମୁଣ୍ଡରେ ଥିବା କେନାଲ ଫାଟକ ଦିନରେ ଖୋଲା ହେଉଥିବା ବେଳେ ରାତିରେ ବ ନ୍ଦ କରି ଦିଆଯାଉଛି। ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ପହଞ୍ଚୁ ନ ତିହିଡ଼ି ବ୍ଲକର କେତେକ ପଞ୍ଚାୟତରେ ଚାଷ କାମ ଆଗେଇ ପାରୁନାହିଁ। ଏହି ସମସ୍ୟାକୁ ନେଇ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ୪ ଚାଷୀ ଚଳିତ ବର୍ଷଠାରୁ ଜଳକର ଦେବେ ନାହିଁ ଏବଂ ଆବଶ୍ୟକ ପଡ଼ିଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଏ ମଙ୍ଗଳବାର ତହସିଲଦାରଙ୍କୁ ମ ଅବଗତ କରିଥିବା ଜଣାଯାଇଛି।
ପୂର୍ବରୁ ଅସନ୍ତୁଷ୍ଟ ଚାଷୀମାନେ ଗ ତହସିିଲଦାରଙ୍କୁ ଭେଟି ଅଭିଯୋଗ କରିବା ସ ତୁରନ୍ତ କେନାଲରେ ପାଣି ଯୋଗାଇ ଦେବାକୁ ଦାବି କରିଥିଲେ। ଶୁକ୍ରବାର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ସାଳନ୍ଦୀ ଜଳସେଚନ ବିଭାଗ ଏସ୍‌ଡିଓ ରାଇକେନ ବେଶ୍ରା କେନାଲର ଉପରମୁଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ସହ ଚାଷୀନେତା ଗୋବର୍ଦ୍ଧନ ନାୟକ ଓ ଚାଷୀ ପ୍ରକାଶ ଜେନା ଉପସ୍ଥିତ ଥିଲେ। ଉପରମୁଣ୍ଡ କେନାଲର ତେମୁହଁାଣୀଠାରୁ କିଛି ବ୍ୟବଧାନରେ ୩ଟି ଫାଟକ ଥିବାବେଳେ ପଦ୍ମପୁରଠାରେ ଥିବା ଫାଟକ ବନ୍ଦ କରାଯାଇଥିବାରୁ ତଳ ମୁଣ୍ଡକୁ ପାଣି ଆସିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଥିଲା। ସେହିଦିନ ଅପରାହ୍ନରେ ପଦ୍ମପୁର ଫାଟକ ଖୋଲା ଯାଇଥିବା ଏବଂ କେନାଲରେ ସୁରୁଖୁରରେ ପାଣି ଯୋଗାଣ ପାଇଁ ଦଳ ଓ ଘାସ ସଫେଇର ବ୍ୟବସ୍ଥା କରାଯାଇଥିବା ଏସ୍‌ଡିଓ ସୂଚନା ଦେଇଥିଲେ। ହେଲେ ଶୁକ୍ରବାର ଅପରାହ୍ନରୁ ମଙ୍ଗଳବାର ଅପରାହ୍ନ ଯାଏ ତଳମୁଣ୍ଡରେ ପାଣି ନ ପହଞ୍ଚତ୍ବା ପରିତାପର ବିଷୟ। କେନାଲରେ ଯେମିତି ଘାସ ଓ ଦଳ ଭର୍ତ୍ତି ଥିଲା, ସେମିତି ରହିଛି। ତେବେ ଉପରମୁଣ୍ଡରେ ଫାଟକ ଦିନରେ ଖୋଲା ରହୁଥିବା ବେଳେ ରାତିରେ ବନ୍ଦ କରି ଦିଆଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ କେତେକ ଫାଟକ ବନ୍ଦ କରି ଜାଲ ବସାଇ ମାଛ ଧରୁଥିବା ମଧ୍ୟ କୁହାଯାଇଛି। ସାଳନ୍ଦୀ ଜଳସେଚନ ବିଭାଗର ତଦାରଖ ଅଭାବରୁ କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବନାଶ ସଦୃଶ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ବିଗତ ୨୦ ବର୍ଷରୁ ଊଦ୍ଧର୍‌ବ ହେବ କେନାଲରେ ପାଣି ଦିଆ ଯାଉ ନ ଥିଲେ ମଧ୍ୟ ଜଳକର ଆଦାୟ କରାଯାଉଥିବା ଅଭିଯୋଗ କରି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧିଛି। ବିଶେଷ କରି ୪ ପଞ୍ଚାୟତ ସିନ୍ଦୋଳ, ମଙ୍ଗଳପୁର, କୋହ୍ଲ ଓ ଫତେପୁରରେ ସ୍ଥିତି ଜଟିଳ ହୋଇଥିବାରୁ ଚଳିତବର୍ଷ ଜଳକର ଦେବେ ନାହିଁ ବୋଲି ଚାଷୀ ବାଙ୍କବିହାରୀ ମଲ୍ଲିକ, ପରମାନନ୍ଦ ନାୟକ, ଉମାକାନ୍ତ ବଳ, ଶରତ ନାୟକ, କାଳନ୍ଦୀ ନାୟକ, ରଣଜିତ ଭୋଇ, ବିମ୍ବାଧର ପରିଡ଼ା, ସୁବାସ ସାହୁ, ଗୌତମ ମୁଦୁଲି ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସେମାନେ ତହସିଲଦାରଙ୍କୁ ଅବଗତ କରାଇଛନ୍ତି। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇ ବିଧାନସଭାରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବାକୁ ଦାବି କରିଛନ୍ତି। ସାଳନ୍ଦୀ ଜଳସେଚନ ବିଭାଗ ଏସ୍‌ଡିଓଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାବେଳେ ତହସିଲଦାର ଆଚାର୍ଯ୍ୟ ପୁଣିଥରେ କେନାଲର ଉପରମୁଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ପ୍ରାକ୍‌ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ: ଓଡ଼ିଶା ପାଇଁ ୯ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ରବିବାର ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର: ପେନସନ୍‌ ବ୍ୟବସ୍ଥା ପାଇଁ…

ଭୁବନେଶ୍ୱର, ୨୨ା୧୨(ସୁନିତ୍‌ ମିଶ୍ର):ଓଡ଼ିଶାରେ ଖବରଦାତା ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ଖବରଦାତା ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri