ରାସ୍ତା କାମ ବେଳେ ତାଡ଼ିଦେଲେ ପାଣିପାଇପ୍‌, ପିଇବା ପାଣି ପାଇଁ ଗ୍ରାମବାସୀ ଡହଳବିକଳ

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ବେଳେ ଠିକାଦାର ଉପାଡ଼ି ଦେଲେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ବସୁଧାର ପାଣିପାଇପ୍‌। ଏବେ ପାନୀୟ ପ୍ରକଳ୍ପ ଅଚଳ। ଫଳରେ ମାସେ ହେଲାଣି ତେଲକୋଇ ବ୍ଲକ ଗୋଳାବନ୍ଧ ଗ୍ରାମବାସୀ ପିଇବା ପାଣି ଏବେ ଡହଳ ବିକଳ।
ପ୍ରକାଶ ଯେ, ପୂର୍ତ୍ତ ବିଭାଗ ଅଧୀନରେ ଥିବା କାଞ୍ଜିପାଣି-କନ୍ତଳା ରାସ୍ତାର ଗୋଳାବନ୍ଧ ଗ୍ରାମ ଭିତରେ ରାସ୍ତା ପ୍ରଶସ୍ତି କାର୍ଯ୍ୟ ଚାଲୁରହିଛ। ଗତ ମାସରେ ରାସ୍ତା କାମ ଚାଲୁଥିଲା ବେଳେ ରାସ୍ତା ପାର୍ଶ୍ୱରେ ମାଟି ଭିତରେ ବିଛା ଯାଇଥିବା ଫାଇବାର ପାଣି ପାଇପକୁ ଜେସିବି ସହାୟରେ ଉପାଡ଼ି ଦିଆଯାଇଥିଲା। ରାସ୍ତା ପାର୍ଶ୍ୱରେ ଯାଇଥିବା ମୁଖ୍ୟ ଫାଇବର ପାଇପ୍‌ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଫଳରେ ବସୁଧା ପ୍ରକଳ୍ପରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଥିଲା। ଗୋଳାବନ୍ଧ ଗ୍ରାମର ଏକ ହଜାର ଲୋକ ବର୍ତ୍ତମାନ ପିଇବା ପାଣି ପାଇବାରୁ ବଞ୍ଚିତ। ମାସେ ପରେ ମଧ୍ୟ ପାଇପ୍‌ ମରାମତି ଅଦ୍ୟାବଧି ହୋଇନାହିଁ। ଗୋଳାବନ୍ଧ ଗ୍ରାମରେ ପର୍ଯ୍ୟାପ୍ତ ନଳକୂପ ନ ଥିବାରୁ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏ ସମସ୍ୟା ନେଇ ଛାମୁଣ୍ଡା ପଞ୍ଚାୟତ ସମିତି ସଭ୍ୟା ପ୍ରତିଭା ସାହୁ ଗତ ଫେବୃଆରୀ ମାସର ଅଭିଯୋଗ ଶୁଣାଣିରେ କେନ୍ଦୁଝର ଜିଲାପାଳଙ୍କୁ ପ୍ରକଳ୍ପ ମରାମତି ତୁରନ୍ତ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଅଭିଯୋଗକୁ ଦୁଇ ସପ୍ତାହ ହେଲାଣି ଅଦ୍ୟାବଧି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସମିତି ସଭ୍ୟା ପ୍ରକାଶ କରିଛନ୍ତି। ଗୋଳାବନ୍ଧ ଗ୍ରାମ ସହିତ ବ୍ଲକରେ ଗୁଡ଼ାଏ ଗାଁରେ ବର୍ତ୍ତମାନ ବସୁଧା ପ୍ରକଳ୍ପଗୁଡ଼ିକ ସଚଳ ନ ଥିବାରୁ ଖରାଦିନ ପୂର୍ବରୁ ସଜାଡ଼ି ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image