Categories: ଜାତୀୟ

ଜଳ ଶକ୍ତି ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲ ହ୍ୟାକ…

ନୂଆଦିଲ୍ଲୀ,୧।୧୨ : ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକ ପରେ ଏବେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ହ୍ୟାକରମାନେ ହ୍ୟାକ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଶାଖା ଏହାର ଯାଞ୍ଚ୍‌ରେ ଲାଗିଛନ୍ତି। ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ଗୁରୁବାର ସକାଳେ ହ୍ୟାକ କରାଯାଇଥିବା କୁହାଯାଉଛି।

ତେବେ ଏହାକୁ ଠିକ କରାଯାଇଛି। ମାତ୍ର ଏହା ପଛରେ ଥିବା ହ୍ୟାକରଙ୍କ ସମ୍ପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ ହୋଇଛି।

Share