Advertisement

ପ୍ରଚଣ୍ଡ ଖରାରେ ପାଣି ପାଇଁ ଛଟପଟ

ସିଂହପୁର,୩୦ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପରେ ସାରା ରାଜ୍ୟ ଜଳୁଥିବା ବେଳେ ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ଗ୍ରୀଷ୍ମପ୍ରଭାବ ବୃଦ୍ଧି ପାଉଛି। ପୂର୍ବାହ୍ନ ୧୧ଟା ପରେ ସାଧାରଣ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ବିଭିନ୍ନ ସ୍ଥାନରେ ଜଳକଷ୍ଟ ମଧ୍ୟ ଦେଖାଦେଇଛି। ଛୋଟବଡ଼ ଗାଡ଼ିଆ ପୋଖରୀ ଶୁଖିଯିବାରୁ ବୁଲା ଗୋରୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ତା’ ସହିତ ପୋଖରୀ ପାଣିକୁ ବ୍ୟବହାର କରି ଯେଉଁ ପରିବା ଚାଷୀ ଚାଷକାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି ସେମାନଙ୍କୁ ମଧ୍ୟ କଷ୍ଟ ସ୍ବୀକାର କରିବାକୁ ପଡୁଛି। ପଞ୍ଚାୟତ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଣିକୁଣ୍ଡର ବ୍ୟବସ୍ଥା କଲେ ବୁଲା ଗୋରୁଙ୍କ ପାଣି ସଙ୍କଟ ଦୂରହୋଇ ପାରନ୍ତା। ଏଥିପ୍ରତି ପଞ୍ଚାୟତର ଜନପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Subscribe to Dharitri WhatsApp Channel

Share