ପାଣି ପାଇଁ ଡହଳବିକଳ

ରାଉରକେଲା,୨୪।୬(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା ଶିଳ୍ପାଞ୍ଚଳ ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅଧୀନ ସେକ୍ଟର-୧ ଖରିଆବାହାଲ ବସ୍ତିରେ ପାଣି ସମସ୍ୟା ଉତ୍କଟ ହୋଇଛି। ଖରାଦିନ ଆରମ୍ଭ ହେଲେ ପାଣି ପାଇଁ ବସ୍ତିବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସେକ୍ଟର-୧ ଖରିଆବାହାଲ ବସ୍ତିର ଜନସଂଖ୍ୟା ପ୍ରାୟ ୭ ହଜାର। ଏହି ବସ୍ତି ଅଞ୍ଚଳ ଆର୍‌ଏମ୍‌ସି କି ପଞ୍ଚାୟତ ଅଧୀନରେ ଯାଉନାହିଁ। ଫଳରେ ବସ୍ତିକୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ମିଳିପାରୁନାହିଁ। ବସ୍ତିବାସୀଙ୍କର କେବଳ ଭୋଟ୍‌ଦାନ ଅଧିକାର ଥିବାବେଳେ ସେମାନେ ସବୁକ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଅବହେଳିତ ଅବସ୍ଥାରେ ରହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତିରେ ନଳକୂପ ଖନନ କରାଯାଇଥିଲା। ବର୍ତ୍ତମାନ ସେହି ନଳକୂପରୁ ପାଣି ବାହାରୁନାହିଁ। ବସ୍ତିରେ ଥିବା କୂଅ ଶୁଖିଲା ପଡିଛି। ଏଭଳି ସ୍ଥିତିରେ ୧୦କିମି ଦୂର ଏକ ଟ୍ୟାପ୍‌ରୁ ବସ୍ତିବାସୀ ଦୈନିକ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ବସ୍ତିରେ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ଅଶୋକ ଦାସ କୁହନ୍ତି, ବାହାରୁ ଅଟୋ ଯୋଗେ ପାଣି ସଂଗ୍ରହ କରିବାକୁ ପଡୁଛି। ପାଣି ପାଇଁ କାମକୁ ଯାଇପାରୁନାହୁଁ। ଘରକୁ ସଂଯୋଗ ହୋଇଥିବା ପାଇପ୍‌ ଜଳଯୋଗାଣ କାର୍ଯ୍ୟକାରୀ ହେଉନି। ଜଣେ ଭିନ୍ନକ୍ଷମ ମହିଳା ଦୁଃଖିନୀ ବାର୍ଲା କୁହନ୍ତି, ବସ୍ତିରେ ପାଣି ସମସ୍ୟା ସବୁଦିନିଆ। ଲୋକେ ନଦୀ, ନାଳ ଓ କମ୍ପାନୀ କ୍ୱାର୍ଟର ଗୁଡ଼ିକରୁ ମାଗିଯାଚି ପାଣି ଆଣୁଛନ୍ତି। କିନ୍ତୁ ମୋତେ ଖରାମାସରେ ପାଣି କିଣିବାକୁ ପଡୁଛି। ସହଦେବ ଲାକ୍ରା କହିଛନ୍ତି, ନିର୍ବାଚନ ସମୟରେ ଏଠାରେ ରାଜନେତାଙ୍କ ପାଦ ପଡ଼େ। ଭିନ୍ନ ଭିନ୍ନ ଦଳର ରାଜନେତାଙ୍କୁ ଗୁହାରି କରାଯାଇଛି ହେଲେ ସମସ୍ୟାର ସମାଧାନ ହୋଇନି। କେବଳ ଆଶ୍ୱାସନା ମିଳୁଛି। ବସ୍ତିରେ ଦୈନିକ ଭାବେ ପାଣି ପାଇଁ ଗଣ୍ଡଗୋଳର ସୂତ୍ରପାତ ହେଉଛି। ଏପରିକି ଥାନାର ଦ୍ୱାରସ୍ଥ ହେବାକୁ ମଧ୍ୟ ପଡ଼ୁଛି। ଅନୁରୂପ ଭାବେ ସୁଷମା ଦାସ, ସୋମବାରୀ ହେମ୍ବ୍ରମ, ରଶ୍ମି ଦାସ, ମହାଦେବ ଲାକ୍ରା, ଫୁକଲି ଦାସ, ମନିତା ଭଗତ, ମଧୁ ଦାସ ପ୍ରମୁଖ ଅନୁରୂପ ଅଭିଯୋଗ କରିଛନ୍ତି। ଖରିଆବାହାଲ ବସ୍ତିର କିଛି ଅଞ୍ଚଳକୁ ବେଳେବେଳେ ଆରଏସପି ପକ୍ଷରୁ ପାନୀୟ ଜଳଯୋଗାଣ କରାଯାଉଛି। ହେଲେ ଆମ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ ବୋଲି ସେମାନେ କହିଥିଲେ। ଏ ନେଇ ରଘୁନାଥପାଲୀ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ପ୍ରଶାନ୍ତ ସେଠୀ କୁହନ୍ତି, ପାଣି ଯୋଗାଣ ପାଇଁ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କୁ ପାଣି ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରାୟ ୧ମାସ ତଳେ ପାଣି ପାଇଁ ଆର୍‌ଏସ୍‌ପି ସହରସେବା ବିଭାଗ ଘେରାଉ କରାଯାଇଥିଲା। ତେବେ ବସ୍ତିବାସୀଙ୍କ ଅଧିକାର ପାଇଁ ପୁନଃ ଲଢ଼େଇ କରାଯିବ। ଆରଏସପି କର୍ତ୍ତୃପକ୍ଷଙ୍କୁ ସମାଧାନ ପାଇଁ କୁହାଯିବ ବୋଲି ସେଠୀ କହିଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୮୧୩୧୦୨୫ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ରିସିଭ ନ କରିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି

ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ...

ମନ୍ଦିର ଯାଇ ଦୀପରୁ ଦୀପ ଲଗାଉଛନ୍ତି କି? ଜାଣନ୍ତୁ ଏପରି କରିବା କାହିଁକି ଭୁଲ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ୧୦ଟା ପରେ ବାହାରକୁ ବାହାରିବା...

ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ): ସାରା ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିଖୋଜ ଶିଶୁଙ୍କୁ ଠାବ କରି...

ହର୍ଷ ଭୋଗଲେ, ସାଇମନ ଡୌଲଙ୍କୁ ରେଡ୍-ଫ୍ଲାଗ୍, BCCIକୁ ଚିଠି ଲେଖିଲା ବୋର୍ଡ: ରିପୋର୍ଟ

ନୂଆଦିଲ୍ଲୀ,୨୧।୪: ଅନେକ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ଦଳର ଅଧିନାୟକ ଏବଂ କୋଚମାନଙ୍କଠାରୁ ଘରୋଇ ପିଚ୍ କ୍ୟୁରେଟରଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ, କ୍ରିକେଟ ଆସୋସିଏସନ...

୩୦ରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କରିବେ ମମତା: ପୁରୀରୁ ଆସିବେ ଦଇତାପତି, ପଣ୍ଡିତ

ଭୋଗରାଇ, ୨୧।୪( ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଠାରୁ ମାତ୍ର ୨ କିମି ଦୂର ପଶ୍ଚିମବଙ୍ଗ ନିଉ ଦୀଘା ରେଳଷ୍ଟେସନ...

ବିଜେଡିକୁ ନେଇ ବଡ଼ କଥା କହିଦେଲେ ଅମର: ପୁରା ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୧।୪: ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ ଚାଲିନି, ମୁଁ...

କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର

ଲାଞ୍ଜିଗଡ଼,୨୦ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗଛ ପଡି ଦୁଇଟି ଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image