ଗ୍ରୀଷ୍ମପ୍ରବାହ ଜାରି: ପାଣି ପାଇଁ ଡହଳବିକଳ ପାରାଦୀପ ବାସିନ୍ଦା

ପାରାଦୀପ,୨୬ା୪(ଶରତ ରାଉତ): ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରି ସମୟରେ ପାରାଦୀପ ଶିଳ୍ପାଞ୍ଚଳରେ ବର୍ତ୍ତମାନ ଜଳସଙ୍କଟ ଦେଖାଦେଇଛି। ପାରାଦୀପ ସମେତ ଜଗତ୍‌ସିଂହପୁର ଜିଲା ପାଇଁ ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ଶୁଖିଲା ପଡ଼ିଛି। ଏପରିକି କେତେକ ସ୍ଥାନରେ ପାଣି ଶୁଖି ମାଟି ଫାଟିଯାଇଛି। ଆଉ କେତେକ ସ୍ଥାନରେ ଘାସବଣ ହୋଇଗଲାଣି। ତାଳଦଣ୍ଡା କେନାଲ ଶୁଖିଯିବା ଯୋଗୁ ଅଧିକ ପ୍ରଭାବିତ ହେଉଛି ପାରାଦୀପ ବନ୍ଦର ସହର। ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। କାରଣ ଜଳାଶୟରେ ଆଉ ପାଣି ନାହିଁ। ଯେଉଁ ସ୍ବଳ୍ପ ପାଣି ଅଛି ତାକୁ କାଟଛାଣ୍ଟ କରି ଯୋଗାଣ କରାଯାଉଛି। ସମାନ ଅବସ୍ଥା ସବୁ ଶିଳ୍ପ ସଂସ୍ଥା ଓ ତାଙ୍କ ଟାଉନଶିପ୍‌ ଅଞ୍ଚଳରେ ହେଲାଣି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ଓ ଅନ୍ୟ ବୃହତ୍‌ ଶିଳ୍ପସଂସ୍ଥା ପାଇଁ ଦୈନିକ ୭ରୁ ୮ ଗ୍ୟାଲନ ପାଣି ଆବଶ୍ୟକ ହେଉଛି। ଉକ୍ତ ପାଣି ମହାନଦୀ କଟକ କାଠଯୋଡ଼ି ଆନିକଟରୁ ତାଳଦଣ୍ଡା କେନାଲ ଦେଇ ପାରାଦୀପ ଆସିଥାଏ। ପାରାଦୀପ ବନ୍ଦର ତା’ର ୧୭୫ ଏକର ବିଶିଷ୍ଟ ଜଳାଶୟରେ ତାକୁ ସଂରକ୍ଷିତ ରଖିବା ସହ ଜଳ ବିଶୋଧନକରି ଯୋଗାଣ କରିଥାଏ। ସେହିପରି ଅନ୍ୟ ଶିଳ୍ପସଂସ୍ଥା ଏହିପରି ଭାବେ ପାଣି ବ୍ୟବହାର କରିଥାନ୍ତି। ପାରାଦୀପ ବନ୍ଦର ଜଳାଶୟ ଜଳଧାରଣ କ୍ଷମତା ୬ ମାସ ପାଇଁ ରହୁଥିଲା। ଏବେ ସେହି ଜଳାଶୟ ପୋତି ହୋଇଯିବା ଯୋଗୁ ଜଳଧାରଣ କ୍ଷମତା ହ୍ରାସ ପାଇଛି। ତାକୁ ଖନନ କରିବାକୁ ବନ୍ଦର କର୍ତ୍ତୃପକ୍ଷ ଅନେକ ଥର ଚେଷ୍ଟା କରିଛନ୍ତି। ତାହା ସମ୍ଭବ ହେଉନାହିଁ। କାରଣ ଭୂତଳ ଜଳ ହ୍ରାସ ଯୋଗୁ ଖନନକଲେ ଲୁଣି ପାଣି ବାହାରିବା ସମ୍ଭାବନା ରହିଛି। ୧୯୭୯ରୁ ପାରାଦୀପ ପୌର ପରିଷଦ ସ୍ବତନ୍ତ୍ର ଜଳାଶୟ ନିର୍ମାଣ କରିବାକୁ ଆଲୋଚନା ହେଉଛି। ଏ ପର୍ଯ୍ୟନ୍ତ ତାହା ହୋଇନାହିଁ। କାରଣ ଜାଗା ନାହିଁ। ପୂର୍ବ ସରକାର ମହାନଦୀର ଭୂତମୁଣ୍ଡାଇଠାରେ ଗୋଟିଏ ଆନିକଟ କରିବେ ବୋଲି ଘୋଷଣା କରିଥିଲେ। ନୂଆ ସରକାର ଆସିଲା ପରେ ସେହି ଘୋଷଣା ଆଉ ଚର୍ଚ୍ଚା ହେଉନାହିଁ। ଏମିତି ବିଧି ବ୍ୟବସ୍ଥା ମଧ୍ୟରେ ବନ୍ଦରଭିତ୍ତିକ ଶିଳ୍ପ ସହର ପାରାଦୀପରେ ଜଳସଙ୍କଟ ଲାଗି ରହୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ (ତାଳଦଣ୍ଡା କେନାଲ ଦାୟିତ୍ୱ) ଅଶ୍ୱିନୀ କୁମାର ସେନାପତିଙ୍କୁ ପଚାରବାରେ କେନାଲ ନବୀକରଣ କାମ ୧୨ବର୍ଷ ହେଲା ଚାଲିଛି। ଏବେ ସୁଦ୍ଧା କାମ ସରି ଯିବା କଥା। କେତେକ ଘଟଣାକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚତ୍ ଯିବାରୁ କାମ ଆଗେଇପାରୁନାହିଁ। ଅପରପକ୍ଷେ ପାରାଦୀପ ଜଳାଭାବ ପୂରଣ କରିବାକୁ ଆମେ ରାହାମା ପାଖ ଚୌଧୁରୀଗଡ଼ାଠାରେ ମହାନଦୀରୁ ମଟର ଯୋଗେ ଜଳଯୋଗାଣ କରୁଥିଲୁ। ଏବେ ସେହି ସ୍ଥାନରେ ସରକାର ୫୩୬ କୋଟି ଟଙ୍କା ବ୍ୟୟ ଅଟକଳରେ ବୃହତ୍‌ ଜଳାଶୟ କାର୍ଯ୍ୟ ହେଉଛି। ସେଥିପାଇଁ ସେଠାରେ ପାଣି ଉଠେଇ ହେଉନାହିଁ। ଅନ୍ୟତମ ବିକଳ୍ପ ଜାଗା ବଡ଼ପାଳଠାରେ ପାଣି ଉଠାଉଥିଲୁ। ସେଠାରେ ବେଳେବେଳେ ମହାନଦୀରେ ଲୁଣା ପାଣି ଚାଲି ଆସୁଛି। ସେଥିପାଇଁ ପାରାଦୀପ ପାଇଁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୨୫ ତାରିଖ ବେଳକୁ କିଛି ପାଣି ମଟର ଯୋଗେ ଯୋଗାଣ କରିବାକୁ ପ୍ରସ୍ତୁତି ଚାଲିଛି। ଆସନ୍ତା ମେ ମାସ ବେଳକୁ ପର୍ଯ୍ୟାପ୍ତ ପାଣି କେନାଲରେ ଛଡ଼ାଯିବ ବୋଲି ଖସଡ଼ା କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri