ମନ୍ଥର ଗତିରେ ଚାଲିଛି ଜଳ ପ୍ରକଳ୍ପ କାର୍ଯ୍ୟ

ରାଉରକେଲା,୧୨।୧୦ (ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ୨ଟି ବୃହତ୍ତ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଫଳରେ ୩ଲକ୍ଷ ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବା ଉଦ୍ଦେଶ୍ୟ ସଫଳ ହୋଇପାରିନାହିଁ। ରାଜ୍ୟ ସରକାର ସହରରୁ ଗ୍ରାମାଞ୍ଚଳ ଯାଏ ପ୍ରତ୍ୟେକ ଘରକୁ ଯେଭଳି ବିଶୁଦ୍ଧ ପାନୀୟଜଳ ପହଞ୍ଚିବ ସେଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତି ଘରକୁ ଘର ଟ୍ୟାପ ଏବଂ ପାଇପ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ କିଭଳି ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ଭାବରେ ପହଞ୍ଚି ପାରିବ ସେଥିପାଇଁ ବହୁ ବୃହତ୍ତ ଜଳପ୍ରକଳ୍ପ ନିର୍ମାଣ ହେଉଛି। ରାଉରକେଲାରେ ଦୁଇ ବୃହତ୍ତ ଜଳପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ। ଜଳନିଗମକୁ ଆର୍ଥିକ ବର୍ଷ ୨୦୨୦-୨୧ରେ ବିଶୁଦ୍ଧ ପାନୀୟ ଜଳ ସୁରକ୍ଷିତ ଭାବରେ ସହରର ୨୨ଟି ଜୋନକୁ ପହଞ୍ଚାଇବା ନିମନ୍ତେ ଜଳପ୍ରକଳ୍ପ ନିର୍ମାଣ ପାଇଁ ୧୨୯କୋଟି ୬୪ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିଲା। ୨୪ଘଣ୍ଟା ଟ୍ୟାପ ଯୋଗେ ମହାନଗର ନିଗମର ୩ଲକ୍ଷ ଲୋକଙ୍କୁ ଦୈନିକ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ଆର୍ଥିକ ବର୍ଷ ୨୦୨୨-୨୩ରେ ଏକ୍ସ-୭ ଜଳ ବିତରଣ ଯୋଜନାରେ ୬କୋଟି ୫୮ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲାା ମାତ୍ର ଏହା ମଧ୍ୟେ ବିଭାଗ ତରଫରୁ ଜଳ ପ୍ରକଳ୍ପ ନିର୍ମାଣ ସମ୍ପାଦନର ୨୮ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ କାର୍ଯ୍ୟ ସମ୍ପାଦିତ ହୋଇ ସାରିଥିବାବେଳେ,ଜଳ ବିଶୋଧନ ପ୍ଲାଣ୍ଟ ଫିଲ୍ଟର ହାଉସ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ମନ୍ଥର ଗତିରେ ଚାଲିଛି। ରାଉରକେଲାର ଦହିପୋଷ, ପାନପୋଷର ଜୋନ-୧୧, ଛେଣ୍ଡ-୧, ନବକୃଷ୍ଣନଗର ଜୋନ-୩୦, ବେଦବ୍ୟାସ ଜୋନ-୩୫, ଝାଡତରଙ୍ଗ ଜୋନ-୩୬, ଟିମ୍ବର କଲୋନୀ ଜୋନ-୧୫, ମଧୁସୂଦନପାଲ୍ଲୀ ଜୋନ-୧୬, ଜବାହାରନଗର ଜୋନ-୨୭ ପ୍ରମୁଖ ସ୍ଥାନରେ ଜଳପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହିଭଳି ଭାବେ ଏକ୍ସ-୭ ଜଳ ବିତରଣ ଯୋଜନାରେ ଆରଏମ୍‌ସି ଅଧିନ ୪୦ଟି ଓ୍ବାଡରେ ଟ୍ୟାପ ଯୋଗେ ୨୪ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ପ୍ରଦାନ ହେବା ଧାର୍ଯ୍ୟ ଥିବାବେଳେ ପ୍ରକଳ୍ପର ଆନୁସାଙ୍ଗିକ କାର୍ଯ୍ୟମାନ ବାକି ରହିଛି। ଏକ୍ସ-୭ ଯୋଜନା ମୁତାବକ ପ୍ରକଳ୍ପ କାର୍ଯ୍ୟାରମ୍ଭ ୩୦।୪।୨୩ରିଖରେ ହୋଇଥିବାବେଳେ ନିର୍ମାଣ ସମ୍ପୂର୍ଣ୍ଣ ଅବଧି ୨୮।୯।୨୩ରିଖ ଯାଏଁ ରହିଥିଲା। ମାତ୍ର ଇତିମଧ୍ୟେ ପ୍ରକଳ୍ପର ସମ୍ପୂର୍ଣ୍ଣ ହେବା ଅବଧି ପୁରି ସାରିଥିବାବେଲେ ଆର୍‌ଏମସିର ୩ଲକ୍ଷ ଲୋକଙ୍କ ପାନୀୟ ଜଳ ଜନିତ ସମସ୍ୟାଦି ଦୂରୀକରଣ କରିବା ସରକାରଙ୍କ ଉଦ୍ଦେଶ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ମନ୍ଥରତା ପ୍ରତିବନ୍ଧକ ସାଜୁଥିବା ଅଭିଯୋଗ ହେଉଛି। ଏନେଇ ରାଉରକେଲା ଓ୍ବାଟକୋ ମୁଖ୍ୟ ପରିଚାଳକ ପ୍ରତାପ କେଶରୀ ମହାନ୍ତିଙ୍କୁ ପଚାରିବାରୁ କହିଲେ, ଉଭୟ ପ୍ରକଳ୍ପ ମହାନଗର ନିଗମବାସୀଙ୍କ ପାନୀୟଜଳ ଜନିତ ହିତ ସାଧନ ନେଇ ହେଉଛି। ନିର୍ମାଣ କାର୍ଯ୍ୟ ଠିକ ଓ ଉକୃଷ୍ଟ ମାନର ହେବା ସହିତ ଯେଭଳି ଦୀର୍ଘସ୍ଥାୟୀ ରହିବ ସେ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଉଭୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଯତ୍ନଶୀଳ ଭାବେ କରାଯାଉଛି। ତୁରନ୍ତ ଉଭୟ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri