ସିମୁଳିଆ, ୨୦।୧୨(ଡି.ଏନ.ଏ.) ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ(ଆରଡବ୍ଲ୍ୟୁଏସ୍ଏସ୍)ର ଜଳ ଯୋଗାଣ କର୍ମଚାରୀ(ପମ୍ପ ଡ୍ରାଇଭର)ମାନଙ୍କୁ ଗତ ୬ବର୍ଷ ହେଲା ଦରମା ମିଳିନାହିଁ। ସିମୁଳିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ୧୬ଜଣ ପମ୍ପ ଡ୍ରାଇଭର ନିଜ ପରିବାର ସହିତ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଚଳିତବର୍ଷ ୩ଥର ଏହି ଡ୍ରାଇଭରମାନେ ଅନଶନରେ ବସିଥିଲେ ଓ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇ ଉଠାଇ ଦିଆଯାଉଥିଲେ ହେଁ ଅଦ୍ୟାବଧି ଦରମା ପ୍ରଦାନ କରାଯାଉନାହିଁ ା ଏଥର ପ୍ରତିଶ୍ରୁତି ନୁହେଁ ପୂର୍ଣ୍ଣ ଦରମା ନ ମିଳିଲେ ଆମରଣ ଅନଶନ ଚାଲୁ ରହିବ ବୋଲି ପମ୍ପ ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି। ଅନଶନରେ ବସିଥିବା ଶାନ୍ତିଲତା ଦାଶ(୨୪)ନାମ୍ନୀ ଜଣେ ମହିଳା ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ା