‘ଜଳ ଉତ୍ସ ଅଛି, ସଂରକ୍ଷଣ ପାଇଁ ଚିନ୍ତା ନାହିଁ’

ଜଳ ସଂରକ୍ଷଣ ବ୍ୟବସ୍ଥା ହେଉ
କଣ୍ଟିଲୋ-ଭୁବନେଶ୍ୱର ରାଜପଥର କାଳିଗିରି ପୋଲଠାରୁ ମାତ୍ର ୨ କି.ମି. ଦୂର ଭାପୁର ବ୍ଲକ୍‌ ଅଧୀନ ମହାନଦୀ କୂଳରେ ରହିଛି ମଣିପୁର ଗାଁ। ମହାନଦୀରେ ସାମାନ୍ୟ ବନ୍ୟା ଆସିଲେ ମଣିପୁର ଗାଁ ପାଣି ଘେରରେ ରୁହେ। ଏହି ବନ୍ୟା ପାଣି ପ୍ରଭାବରେ ମଣିପୁର ଗ୍ରାମରେ ଥିବା୧୩୩ ଏକର ପରିମିତ କାଚେରା ପାଟରେ ପାଣି ଭର୍ତ୍ତି ହୋଇଯାଏ। ସେହି ପାଟରେ ଜଳ ସଂରକ୍ଷଣ ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରାଗଲେ ଏହାର ଚାରିପାଖରେ ଥିବା ପ୍ରାୟ ୧୧ଶହ ଏକର ଜମିରେ ସବୁଦିନିଆ ଫସଲ କରିହେବ। ଏ କାର୍ଯ୍ୟରେ ସ୍ଥାନୀୟ ଲୋକେ ସହଯୋଗ କରିବେ ବୋଲି ପ୍ରସ୍ତୁତ ଅଛନ୍ତି।
-ଗଣେଶ୍ୱର ଖଟେଇ, ମଣିପୁର
ସିଂହଭାଗ ଜଳ ସମୁଦ୍ରକୁ ଯାଉଛି
ଜଳକୁ ନେଇ ଦିନେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। କାରଣ ତମାମ୍‌ ପୃଥିବୀରେ ଏବେ ଜଳ ସଙ୍କଟ ତୀବ୍ର ହେବାରେ ଲାଗିଛି। ମାତ୍ର ପରିତାପର ବିଷୟ, ଯେତିକି ଜଳ ମହାନଦୀର ତଳ ମୁଣ୍ଡରେ ପ୍ରବାହିତ ହେଉଛି, ସେଥିରୁ ସିଂହ ଭାଗ ଜଳ ସମୁଦ୍ରକୁ ବହିଯାଉଛି। ଓଡ଼ିଶାରେ ୯୫,୫୪୦ ନିୟୁତ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ନିୟୁତ ଘନମିଟର ଜଳ ସମୁଦ୍ରରେ ମିଶୁଛି। ଜଳ ସମ୍ପଦର ସଂରକ୍ଷଣ ଅଭାବରୁ ଓଡ଼ିଶାରେ ଜଳ ସଙ୍କଟ ଦେଖାଦେଇଛି। ବିଡମ୍ବନା ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା। କିନ୍ତୁ ତାକୁ ନେଇ ରାଜନୀତି ଚାଲିଛି। ରାଜନୀତି ପରିବର୍ତ୍ତେ ଜଳନୀତି ପ୍ରବର୍ତ୍ତନ କରି ବହିଯାଉଥିବା ନଦୀ ଜଳର ସଂରକ୍ଷଣକୁ ପ୍ରାଥମିକତା ଦିଆଯାଉ। ଚେକ୍‌ଡ୍ୟାମ ନିର୍ମାଣ କରାଯାଇ ଜଳସେଚନର ବ୍ୟବସ୍ଥା ହେଉ। ବେଳ ଥାଉ ଥାଉ ବନ୍ଧ ବାନ୍ଧିବା ବିଜ୍ଞତାର ପରିଚୟ।
-ଡ.ପବିତ୍ର କୁମାର ସୁବୁଦ୍ଧି,
ଶିକ୍ଷାବିତ୍‌, ପଦ୍ମାବତୀ
ସରକାର ସଜାଗ ଅଛନ୍ତି
ପ୍ରବାହିତ ନଦୀ, ନାଳ ଜଳ ଉତ୍ସକୁ ସଂରକ୍ଷଣ କରାଯାଇ ଜଳସେଚନର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ତେବେ ମହାନଦୀ ସହିତ ବିଭିନ୍ନ ଶାଖା ନଦୀର ପ୍ରବାହିତ ଜଳ ଉତ୍ସକୁ କିପରି ସଂରକ୍ଷଣ କରାଯାଇ ଉପଯୁକ୍ତ ବିନିଯୋଗ କରାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ସଜାଗ ଅଛନ୍ତି।
-ରମେଶ ବେହେରା,
ବିଧାୟକ, ଦଶପଲ୍ଲା
ନିର୍ମାଣ ପ୍ରସ୍ତାବରେ ସୀମିତ
ପଦ୍ମାବତୀ-କରବର ମଧ୍ୟରେ ଏକ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଯଦି ଏହା ଗ୍ରହଣୀୟ ହୁଏ ତେବେ ସମ୍ପୂର୍ଣ୍ଣ ଭାପୁର ବ୍ଲକର ଚାଷୀ ଓ କୃଷିର ଉନ୍ନତି ହୋଇପାରିବ। ଅପରପକ୍ଷେ ପଦ୍ମାବତୀ ପଞ୍ଚାୟତ ହନୁମନ୍ତିଆ ପାହାଡ଼ଠାରୁ ମହାନଦୀର ଅପରପାର୍ଶ୍ୱର ଦୂରତ୍ୱ କମ ଥିବାରୁ ଏଠାରେ ଏକ ବନ୍ଧ ନିର୍ମାଣ କରିବାର ମଧ୍ୟ ପ୍ରସ୍ତାବ ରହିଛି। ଏହାକୁ କାର୍ଯ୍ୟକାରୀ କରାଗଲେ ଜଳସେଚନର ସୁବିଧା ସହ ଜଳ ସଂରକ୍ଷଣ ହୋଇପାରନ୍ତା। ଯଦି ମହାନଦୀର ବିଭିନ୍ନ ସ୍ଥାନରେ ୫ରୁ ୬ଟି ବ୍ୟାରେଜ ନିର୍ମାଣ କରାଯାଆନ୍ତା ତେବେ ମହାନଦୀର ଜଳ ସମୁଦ୍ରକୁ ଯାଇପାରନ୍ତା ନାହିଁଃ
-ଅନୁଭବ ପଟ୍ଟନାୟକ, ପୂର୍ବତନ ବିଧାୟକ, ଖଣ୍ଡପଡ଼ା
ଫାଇଲରେ ପ୍ରସ୍ତାବିତ ବ୍ୟାରେଜ୍‌
ଟିକରପଡା, ମଣିଭଦ୍ରା ଓ ପଦ୍ମାବତୀଠାରେ ବ୍ୟାରେଜ ନିର୍ମାଣ ପାଇଁ ବିଭିନ୍ନ ସମୟରେ ସର୍ଭେ କରାଯାଇ ପ୍ରସ୍ତାବିତ ବ୍ୟାରେଜ ଫାଇଲରେ ଲୁଚିଯାଇଛି। ଗତ କିଛିବର୍ଷ ତଳେ ବୃତ୍ତଙ୍ଗ ସେତୁ ପାଇଁ ବିବାଦ ଘନେଇଥିବା ବେଳେ ଏହି ପ୍ରକଳ୍ପର କାର୍ଯ୍ୟ କାଗଜପତ୍ରରେ ସୀମିତ ରହିଛିଃ ଅପରପକ୍ଷେ ମହାନଦୀର ଛାମୁଣ୍ଡିଆଠାରୁ ପଦ୍ମାବତୀ, କରବର ମଧ୍ୟରେ ବନ୍ଧ ନିର୍ମାଣ କରାଯାଇ ଜଳ ସଂରକ୍ଷଣ କରାଯାଇଥିଲେ ନଦୀର ଜଳ ସମୁଦ୍ରକୁ ବୋହି ନ ଯାଇ ସଂରକ୍ଷିତ ରହିଥାନ୍ତା ଏହାଦ୍ୱାରା ଜଳସେଚନର ସୁବିଧା ସହ ବହୁ ଚାଷୀ ଉପକୃତ ହୋଇପାରିଥାନ୍ତେ। ମାତ୍ର ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଇ ଛତିଶଗଡ଼କୁ ଦୋଷ ଦେବା ଶିଖିଛନ୍ତି। ଇତିମଧ୍ୟରେ ମହାନଦୀରେ ଗୋଟିଏ ହେଲେ ବ୍ୟାରେଜ ନିର୍ମାଣ ହୋଇନାହିଁ।
-ରଣଜିତ ଦାଶ, ଜିଲା କଂଗ୍ରେସ ସଭାପତି
ସରକାରଙ୍କ ଅପାରଗତା
ମହାନଦୀ ଜଳ ବିବାଦ କେବଳ ରାଜ୍ୟ ସରକାରଙ୍କ ଅପାରଗତାକୁ ଘୋଡ଼ାଇବାର ପ୍ରୟାସ। ମହାନଦୀ ସବୁ ସମୟରେ ଶୁଖିଲା ପଡୁନି। ଯେତେବେଳେ ପାଣି ରହୁଛି ସେ ପାଣିକୁ ସଂରକ୍ଷଣ କରି ଅନେକ କାର୍ଯ୍ୟ ସମ୍ପାଦନ ହୋଇପାରନ୍ତା। ଛତିଶଗଡ଼ ବନ୍ଧ ନିର୍ମାଣ କଲାବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ। ତେବେ ଆଉ ବିବାଦ ନ କରି ମହାନଦୀର ବିଭିନ୍ନ ସ୍ଥାନରେ ବନ୍ଧ କିମ୍ବା ବ୍ୟାରେଜ ନିର୍ମାଣ ପାଇଁ ଯନତ୍ବାନ ହେଲେ ଜଳ ସଂରକ୍ଷଣ ହେବା ସହ କୃଷି ଓ କୃଷକର ଉନ୍ନତି ହୋଇପାରନ୍ତା।
-ଇଂ.ଅର୍ଚ୍ଚନା ଦାଶ,ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ
ଉପସ୍ଥାପନା-ଅଜୟ କୁମାର ମହାରଣା,ଖଣ୍ଡପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image