ଅଗଷ୍ଟ ବନ୍ୟା: ଜଳସମ୍ପଦ ବିଭାଗର ୯୩୨ କୋଟି କ୍ଷତି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଗତ ଅଗଷ୍ଟରେ ରାଜ୍ୟରେ ହୋଇଥିବା ବନ୍ୟାରେ ବହୁ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାର ନିକଟରେ ଆସିଥିବା କେନ୍ଦ୍ରୀୟ ଟିମ୍‌କୁ ୧୧ ହଜାର କୋଟି ଟଙ୍କର କ୍ଷୟକ୍ଷତି ସହାୟତା ଲୋଡିଛନ୍ତି। ତେବେ ଜଳସମ୍ପଦ ବିଭାଗର ଗତ ବନ୍ୟାରେ ବହୁ କ୍ଷତି ହୋଇଛି। ବନ୍ୟାରେ ରାଜ୍ୟରେ ୨୮୩ କୋଟି ଟଙ୍କାର ନଦୀବନ୍ଧ ଧୋଇ ଯାଇଥିବା ବେଳେ ବିଭିନ୍ନ ନଦୀରେ ୩୮ଟି ଘାଇ ସୃଷ୍ଟି ହୋଇଛି। ଏଥିସହିତ ବନ୍ୟା ଯୋଗୁ ୯୯୬ କି.ମି. ନଦୀବନ୍ଧ ନଷ୍ଟ ହୋଇଛି। ମୋଟ ୯୩୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏ ନେଇ ଗୁରୁବାର ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବଙ୍କୁ ଅବଗତ କରାଇଛନ୍ତି। କେନ୍ଦ୍ର ସରକାରଙ୍କ ଠାରୁ ଉକ୍ତ ଅର୍ଥ ଭରଣା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି।

Share