Posted inଗଜପତି

ପାଣି, ରାସ୍ତା ପାଇଁ ମୁନିସିଙ୍ଗିବାସୀ ହନ୍ତସନ୍ତ

ଆର.ଉଦୟଗିରି,୧୯ ।୬(ଡି.ଏନ.ଏ.): ଆର.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତ ନିକଟସ୍ଥ ୱାର୍ଡ ନଂ ୧ ମୁନିସିଙ୍ଗି ଗ୍ରାମ ଅବହେଳିତ ହୋଇରହିଛି। ଗାଁରେ ପାନୀୟ ଜଳ ଓ ରାସ୍ତା ସୁବିଧା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ସାତସପନ ହୋଇଛି। ସିମେଣ୍ଟ କଂକ୍ରିଟ ରୋଡ ଖାଲଖମାରେ ଭର୍ତ୍ତି ହୋଇଛି। ଗାଁରେ ୪୫ରୁ ୫୦ ପରିବାର ବସବାସ କରନ୍ତି। କିନ୍ତୁ କୌଣସି ମୌଳିକ ସୁବିଧା ଠିକରେ ପାଉ ନଥିବା ଅଭିଯୋଗ ହେଉଛି। ଛେଳିଗଡ଼ ପଞ୍ଚାୟତକୁ ଯିବାକୁ ହେଲେ ୨ରୁ୩ କିଲୋମିଟର ହେବ। ବର୍ଷା ଦିନ ଆସିଲେ ପିଲାମାନେ କାଦୁଅରେ ଯା’ ଆସ କରୁଥିବା ଦେଖିବାକୁ ମିଳିଛି। ଗାଁରେ ଗୋଟିଏ ନଳକୂପ ଅଛି, ସେଥିରୁ ବି ପାଣି କଳଙ୍କି ଓ ହଳଦିଆ ରଙ୍ଗର ବାହାରୁଛି। ଗାଁକୁ ଲାଗି ରହିଥିବା ପୋଖରୀ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି। ସେହି ପୋଖରୀକୁ ଲୋକେ ଗାଧୋଉଥିବା ବେଳେ ପଶୁପକ୍ଷୀ ମଧ୍ୟ ଶୋଷ ମେଣ୍ଟାନ୍ତି। ସମସ୍ୟା ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ମହିଳା ଓ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ କରାଯାଉନି। ଆଗାମୀ ଦିନରେ ସମସ୍ୟା ସମାଧାନ ନ ହେଲେ ବ୍ଲକକୁ ଯାଇ ଧାରଣା ଦେବୁ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ହେଲେ ଚାଷ ଜମିରେ ବାର୍‌ହା ପଲ

ପାରଳାଖେମୁଣ୍ଡି,୪ା୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅଧୀନ ଜଙ୍ଗଲପାଡୁ, ଉତ୍ତରସେଲି, ବଡନିଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୁରାଣ୍ଡି, ମହାଦେଈପୁର, ଗୋଲା ଗାଁ ଆଦି ଅଞ୍ଚଳରେ ଦିନକୁ...

କୋର୍ଟରେ ବିଜୟୀ ଘୋଷିତ ହେଲେ ପରାଜିତ ପ୍ରାର୍ଥୀ

ପାରଳାଖେମୁଣ୍ଡି/ ମୋହନା,୨୪ା୧୦(ଗିରିଧାରୀ ପରିଛା/ ମନ୍ମଥ ମିଶ୍ର): ଗଜପତି ଜିଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର ୧୧ ନଂ. ୱାର୍ଡର ଓ୍ବାର୍ଡସଭ୍ୟ ପାଇଁ ଦୁଇ...

ବସ୍‌ ପଛରେ ପିଟିହେଲା ବସ୍‌: ୨୦ ଆହତ

ମୋହନା,୨୧ା୧୦: ଗଜପତି ଜିଲା ମୋହନାର ରାମଗଡ଼ ଘାଟିରେ ଏକ ବସ୍‌ ପଛରେ ଆଉ ଏକ ବସ୍‌ ପିଟିହେବାରୁ ୨୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ...

ଗୁହାଳରେ ପଶି ଛେଳିକୁ ଖାଇଲା ବାଘ

ଆର.ଉଦୟଗିରି,୧୭ା୧୦(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବନ ବିଭାଗ ଅଧୀନ ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି...

ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ

ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ...

ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ମୋହନା,୨୯।୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା କର୍ଚ୍ଚାବାଡ଼ି ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ: ୧୯ ନାମୀଦାମୀ ବାଇକ୍‌ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି,୨୯ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଆନ୍ଧ୍ର ଓ ଓଡ଼ିଶା ଆନ୍ତଃରାଜ୍ୟ ବାଇକ୍‌ ଲୁଟେରାକୁ ଧରିବା ସହ ୧୯ଟି...

ଦୁର୍ବୃତ୍ତ ଝାମ୍ପିନେଲେ ସୁନା-ରୁପା ଅଳଙ୍କାର ସହ ଟଙ୍କା ଭର୍ତ୍ତି ବ୍ୟାଗ୍‌

ପାରଳାଖେମୁଣ୍ଡି(ଗିରିଧାରୀ ପରିଚ୍ଛା),୨୬ା୯: ଗଜପତି ଜିଲା ମୋହନା ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। ବୁଧବାର ବିଳମ୍ବିତ ରାତିରେ ଦୋକାନ ମାଲିକ ବି....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri