Categories: ଜାତୀୟ

ହସ୍ପିଟାଲ୍‌ ଭିତରେ ପଶିଲା ପାଣି, ଅପରେସନ୍‌ ବନ୍ଦ

ପାଟନା, ୨୮।୦୬: ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ରାଜଧାନୀ ଜଳମଗ୍ନ ହୋଇଛି । ରାସ୍ତାଘାଟ ପାଣିରେ ଭରି ରହିଥିବାରୁ ଗାଡ଼ିଗୁଡ଼ିକ ଯାଇ ନପାରି ରାସ୍ତା ଜମ୍‌ ଭଳି ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପଟେ ହସ୍ପିଟାଲ୍‌ ମଧ୍ୟ ପ୍ରଭାବିତ ହୋଇଛି । ଦିଲ୍ଲୀ AIIMSର ଅପରେସନ ଥିଏଟରରେ ପାଣି ପଶିଯିବାରୁ ହେବାକୁ ଥିବା ଅପରେସନ୍‌ ହୋଇପାରିନାହିଁ । ଦିଲ୍ଲୀ AIIMS ର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ନଅଟି ଅପରେସନ ଥିଏଟର ବନ୍ଦ ରହିଛି । ଅପରେସନ ଥିଏଟର ବନ୍ଦ ଥିବାରୁ ୧୨ରୁ ଅଧିକ ଅସ୍ତ୍ରୋପଚାର ହୋଇପାରିନାହିଁ ।

ଫଳରେ ଗୁରୁତର ରୋଗୀମାନଙ୍କର ଆଜି ଅସ୍ତ୍ରୋପଚାର କରିବାକୁ ଥିବା ବେଳେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । କୁହାଯାଉଛି ଯେ ଡାକ୍ତରଖାନାର ଷ୍ଟୋର ରୁମରେ ମଧ୍ୟ ବର୍ଷା ପାଣି ଭରି ରହିଛି । AIIMS ପକ୍ଷରୁ ଏ ନେଇ କୁହାଯାଇଛି ଯେ, ଜରୁରୀକାଳୀନ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀଙ୍କୁ ରାଜଧାନୀର ସଫଦରଜଙ୍ଗ ଏବଂ ଅନ୍ୟାନ୍ୟ ସରକାରୀ ଡାକ୍ତରଖାନାକୁ ପଠାଯିବା ବ୍ୟବସ୍ଥା ହୋଇଛି । ଆସନ୍ତାକାଲି ମଧ୍ୟ ଅପରେସନ ଥିଏଟର ପ୍ରଭାବିତ ହୋଇପାରେ ବୋଲି ସମ୍ଭାବନା ରହିଛି।

Share