କେସିଙ୍ଗା,୧୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ତ୍ରିମୂର୍ତ୍ତି ଛକ ନିକଟରେ ଜାତୀୟ ରାଜପଥ ମଧ୍ୟ ଭାଗରେ ମୁଖ୍ୟ ପାଇପ୍ ଲାଇନ ଶନିବାରଠାରୁ ଫାଟି ଯିବାରୁ ସହରକୁ ପାନୀୟ ଯୋଗାଣରେ ବିଳମ୍ବ ହେତୁ ପଡ଼ାବାସୀ ସ୍ଥାନୀୟ ପି.ଏଚ୍.ଡ଼ି.ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଘେରାଉ କରି ଯଥା ଶୀଘ୍ର ପାନୀୟ ଜଳ ଯୋଗାଇବା ପାଇଁ ଦାବି କରିଥିଲେ। ତ୍ରିମୂର୍ତ୍ତି ଛକ ନିକଟରେ ଥିବା ଜାତୀୟ ରାଜପଥ ୨୬ର ମଧ୍ୟ ଭାଗରେ ମୁଖ୍ୟ ପାଇପ୍ ଲାଇନ ଫାଟି ଯିବାରୁ ଦିନ ସମୟରେ ମରାମତି କରିବା କଷ୍ଟକର। କାରଣ ଦିନରେ ଶହ ଶହ ଯାନବାହନ ଚଳାଚଳ ଯୋଗୁ ମରାମତି କରିବା କଷ୍ଟକର।
ତେଣୁ ଗତକାଲି ରାତ୍ରି ଉକ୍ତ ବିଭାଗୀୟ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଜେ.ସି.ବି.ମେଶିନ ଲଗାଇ ଫାଟିଥିବା ପାଇପ ଲାଇନ୍କୁ କାଟି ରାତିସାରା ମରାମତି କରାଯାଇଥିଲା। ସହରବାସୀ ମୁଖ୍ୟ ପାଇପ୍ ଲାଇନ ଫାଟିଥିବା ଘଟଣା ନ ଜାଣି ଅଫିସ ଘେରାଉ କରିଥିଲେ। ଯଥାଶୀଘ୍ର ପାନୀୟଜଳ ଯୋଗାଇ ଦେବା ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ଲୋକଙ୍କ ସମସ୍ୟା ଦୂର କାଟିବା ପାଇଁ ଯନ୍ତ୍ରୀ ଶନିବାର ରାତିରେ ଜେସିବି ମେଶିନ ଲଗାଇ ଫାଟି ଥିବା ପାଇପ୍ ସଂଯୋଗ କରି ସହରକୁ ପାନୀୟଜଳ ରବିବାର ସକାଳ ୬ଟାରେ ଯୋଗାଇଥିଲେ।
ଏ ସଂକ୍ରାନ୍ତରେ ପିଏଚ୍ଡି ବିଭାଗର କନିଷ୍ଠ ଯନ୍ତ୍ରୀ ଜାନକୀ ନାଏକଙ୍କୁ ପଚାରିବାରୁ ଜାତୀୟ ରାଜପଥ ୨୬ରେ ମୁଖ୍ୟ ପାଇପ୍ ଲାଇନ ଫାଟି ଯିବାରୁ ରାତିରେ ଜେସିବି ମେଶିନ ଲଗାଇ ରାତି ୧ଟା ପାଇପ ମରାମତି କରିଥିଲୁ। ଆଜି ସକାଳେ ସହରକୁ ପାନୀୟଜଳ ଦିଆଯାଇଛି କୌଣସି ଅସୁବିଧା ନାହିଁ ବୋଲି ପ୍ରକାଶ କରିଥିଲେ।