Categories: Uncategorized

ମୁମ୍ବାଇରେ ପାଣି ଉପରେ ଚାଲିବ ଟାକ୍ସି

ମୁମ୍ବାଇ,୨୪।୧୨: ଆସନ୍ତା ବର୍ଷ ଜାନୁୟାରୀରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି ନୂଆ ଟ୍ରାନ୍ସପୋର୍ଟ ବ୍ୟବସ୍ଥା। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ମୁମ୍ବାଇ ଠାରୁ ନବି ମୁମ୍ବାଇ ପର୍ଯ୍ୟନ୍ତ ଅସୁବିଧା ମୁକ୍ତ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଯେଗାଇଦେବା ଉଦ୍ଦେଶ୍ୟରେ ଓ୍ବାଟର ଟାକ୍ସି ସର୍ଭିସ ଚାଲିବ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ ଇଣ୍ଟରନାଶନାଲ କ୍ରୁଜ ଟର୍ମିନାଲରୁ ଏଲିଫାଣ୍ଟା, ଡୋମେଷ୍ଟିକ୍‌ କ୍ରୁଜ ଟର୍ମିନାଲ (ଡିସିଟି)ରୁ ରଓ୍ବୋସ, ଧରମତାର, କାରାଞ୍ଜାଦେ, ନେରୁଲ, ବେଲାପୁର, ବାଶି, ଖଣ୍ଡେରି ଦ୍ୱୀପ ଓ ଜାଓ୍ବାହାରଲାଲ ନେହରୁ ପୋର୍ଟ (ଜେଏନ୍‌ପିଟି)ଠାରେ ଓ୍ବାଟର ଟାକ୍ସି ସର୍ଭିସ ଉପଲବ୍ଧ ହେବ। ଏହି ବ୍ୟବସ୍ଥା ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଏହାଦ୍ୱାରା ଯାତ୍ରୀମାନଙ୍କୁ ନବି ମୁମ୍ବାଇରୁ ଦକ୍ଷିଣ ମୁମ୍ବାଇକୁ ଯିବା ପାଇଁ ୩୦ ମିନିଟ୍‌ ଲାଗିବ। ଏଥିଲାଗି ପ୍ରତ୍ୟେକ ଯାତ୍ରୀଙ୍କୁ ୧୨ରୁ ୧୫୦୦ ଟଙ୍କା ଦେବାକୁ ପଡ଼ିବ।