ପାଇପରୁ ଝରୁଥିଲା ପାଣି, ବିଲ ଆସିଲା ୧୫ ଲକ୍ଷ…

କାର୍ଡିଫ୍‌,୨୬।୨ : ୱେଲ୍ସର ଜଣେ ମହିଳା ତାଙ୍କ ପାଣି ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ସେ ଭାବିଥିଲେ ଯେ ଏହି ବିଲ ନିଶ୍ଚିତ ଭାବରେ ଭୁଲ ଭାବରେ ଆସିଛି କିନ୍ତୁ ବିଲ ସଠିକ ଥିଲା। ପ୍ରକୃତରେ ଅଜଣା ଭାବେ ପାଇପରୁ ପାଣି ଲିକ ଯୋଗୁ ଏହି ବିଲ ମହିଳାଙ୍କ ନିକଟକୁ ପଠାଯାଇଥିଲା। ଗତ ବର୍ଷ କ୍ଲେର୍‌ ଫିଜପାଟ୍ରିକ ବ୍ରିଜେଣ୍ଡ ଗତ ବର୍ଷ ଏଠାରେ ରହିବାକୁ ଆସିଥିଲେ। କସମେଟିକ ଉତ୍ପାଦନକାରୀ ଭାବରେ କାର୍ଯ୍ୟ କରୁଥିବା ମହିଳା ଜଣକ କହିଛନ୍ତି ଯେ ମୁଁ ଭୟଭୀତ ହୋଇଥିଲି। ପ୍ରଶାସନ ନିଶ୍ଚିତ ଭାବରେ ଭାବିଥିବେ ଯେ ମୁଁ ପଛ ବଗିଚାରେ ଏକ ୱାଟର ପାର୍କ ଚଳାଉଛି। କ୍ଲେୟାର ଫିଜପାଟ୍ରିକ ବ୍ରିଜେଣ୍ଡ କହିଛନ୍ତି, ଏହା ପରେ ଜଣେ ଇଞ୍ଜିନିୟର ଆସି ଏହି ଅଞ୍ଚଳ ଯାଞ୍ଚ କରିଥିଲେ ଏବଂ ଏକ ଲିକ ଥିବା ଜାଣିବାକୁ ପାଇଥିଲେ। ଏହି ଲିକ ଖୋଜିବା ପାଇଁ ୱାଟର କମ୍ପାନୀ ଆଉ ଦୁଇଥର ଚେଷ୍ଟା କରି ବିଫଳ ହୋଇଥିଲେ।

ଫଳରେ ତାଙ୍କ ପାଣି ବିଲ ୧୫.୭୫ ଲକ୍ଷ ଟଙ୍କା ଆସିଥିଲା। ଯେତେବେଳେ ୱେଲ୍ସ ୱାଟର ଅଥରିଟି ତାଙ୍କୁ ସୂଚନା ଦେଇଥିଲା ଯେ ଲିକ ଖୋଜିବା ପାଇଁ ତାଙ୍କୁ ନିଜ ଖର୍ଚ୍ଚରେ ଏକ ଘରୋଇ କଣ୍ଟ୍ରାକ୍ଟର ନିଯୁକ୍ତି କରିବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି ଏବଂ ଦେୟ କିପରି ପରିଚାଳନା କରାଯିବ ସେନେଇ ଆଲୋଚନା ଚାଲିଛି। ଫିଜପାଟ୍ରିକ କହିଛନ୍ତି ଯେ ସେ ଏତେ ବଡ ବିଲ ପୈଠ କରିପାରିବେ ନାହିଁ। ଅନ୍ୟପକ୍ଷରେ ମହିଳାଙ୍କ ସମ୍ପତ୍ତିର ଆଭ୍ୟନ୍ତରୀଣ ପାଇପ କାମରେ ଏହି ଲିକ ଥିବା ଜଳ କର୍ତ୍ତୃପକ୍ଷ କହିଛନ୍ତି।

Share