ୟୁକ୍ରେନ୍ର ଓଲ୍ଗା ଲିଆଶ୍ଚୁକ୍ କରିଛନ୍ତି ଏକ ଭିନ୍ନ ଧରଣର ରେକର୍ଡ। ଏହି ରେକର୍ଡ ପାଇଁ କେହି କେହି ତାଙ୍କୁ ଷ୍ଟ୍ରଙ୍ଗ ଓମେନ୍ ବି କହୁଛନ୍ତି। କାରଣ ସେ ନିଜର ଦୁଇ ଜଙ୍ଘ ମଝିରେ ତରଭୁଜ ରଖି ତାକୁ ଶକ୍ତ ଚାପ ପକାଇ ଫଟାଇ ପାରୁଛନ୍ତି। ଦେଖିବାକୁ ଏହା ସହଜ ଲାଗିପାରେ ହେଲେ ଏହା ଆଦୌ ସହଜ ନୁହେଁ। ସେ ପ୍ରଥମ ତରଭୁଜକୁ ଫଟାଇବା ପରେ ଭଲରେ ଦୁଇ ଜଙ୍ଘକୁ ପୋଛି ଆଉ ଏକ ତରଭୁଜ ରଖନ୍ତି ଫଟାଇବା ପାଇଁ। କାରଣ ଏଭଳି କଲେ ତରଭୁଜ ସ୍ଲିପ୍ ହୋଇ ନ ଥାଏ ବା ଖସି ନ ଥାଏ। ମାତ୍ର ୧ ମିନିଟ୍ରେ ସେ ୩ଟି ତରଭୁଜ ଫଟାଇ ଗିନିଜ ଓ୍ବାର୍ଲଡ୍ ରେକର୍ଡସ୍ରେ ସ୍ଥାନ ପାଇଥିଲେ।