ମାଡାମ ତୁସାଦ୍‌ରେ ରାମଦେବଙ୍କ ମହମ ମୂର୍ତ୍ତି

ନ୍ୟୁୟର୍କ,୩୧।୧: ନ୍ୟୁୟର୍କସ୍ଥିତ ମାଡାମ ତୁସାଦ୍‌ ମ୍ୟୁଜିୟମରେ ଯୋଗଗୁରୁ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ଦିଲ୍ଲୀରେ ବାବା ରାମଦେବଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ତାଙ୍କର ବୃକ୍ଷାସନ ମୁଦ୍ରାର ଉକ୍ତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା। ଏହା କେବଳ ତାଙ୍କୁ ସମ୍ମାନର ସ୍ବୀକୃତି ନୁହେଁ, ବରଂ ଯୋଗ, ଆୟୁର୍ବେଦ ଏବଂ ଭାରତର ସମୃଦ୍ଧ ସଂସ୍କୃତିକୁ ପ୍ରଶଂସାର ପ୍ରତୀକ ବୋଲି ରାମଦେବ କହିଛନ୍ତି। ମାଡାମ ତୁଷାଦ ମ୍ୟୁଜିୟମ କେବଳ ବଲିଉଡ୍‌, ହଲିଉଡ୍‌ ଏବଂ ରାଜନୀତିର ଆଇକନ୍‌ମାନଙ୍କୁ ସ୍ବୀକୃତି ଦେଉଛି, ତାହା ନୁହେଁ ଆଧ୍ୟାତ୍ମିକ ନେତାମାନଙ୍କୁ ମଧ୍ୟ ସ୍ବୀକୃତି ଦେଇ ସେମାନଙ୍କ ପ୍ରତିମୂର୍ତ୍ତି ପ୍ରଦର୍ଶିତ କରୁଥିବାରୁ ଯୋଗଗୁରୁ କୃତଜ୍ଞତା ଜଣାଇଛନ୍ତି। ମାନହାଟ୍ଟାନର ଟାଇମ୍ସ ସ୍କୋୟାର ସ୍ଥିତ ମ୍ୟୁଜିୟମରେ ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ପ୍ରଦର୍ଶିତ ହେବ।

Share