Posted inଜାତୀୟ

ଓ୍ବାୟନାଡ୍‌ ଭୂସ୍ଖଳନ: ୨୭୬ ଜଣଙ୍କ ଗଲାଣି ଜୀବନ

ଓ୍ବାୟନାଡ୍‌,୧।୮:କେରଳର ଓ୍ବାୟନାଡ୍‌ରେ ଲଗାଣ ବର୍ଷାଜନିତ ଭୂସ୍ଖଳନ ୨୭୬ ଜଣଙ୍କ ଜୀବନ ନେଇଥିବାବେଳେ ୧୩୨ ଆହତ ହୋଇଛନ୍ତି। ୨୨୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାରକରିବା ପାଇଁ ସେନା ପକ୍ଷରୁ ବୁଧବାର ରେସ୍କ୍ୟୁ ଅପରେଶନ୍‌କୁ ଜୋର୍‌ଦାର କରାଯାଇଛି। ସେନା ଅଦ୍ୟାବଧି ପ୍ରାୟ ୧,୫୯୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୭୦ ମୃତଦେହ ଠାବ କରିଥିବା କହିଛି।
ନିଜ ଦେଶ’ କୁହାଯାଉଥିବା କେରଳକୁ ମଙ୍ଗଳବାର ସକାଳେ ମାଡ଼ି ଆସିଥିଲା ବିପତ୍ତି। ଓ୍ବାୟନାଡ୍‌ର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଥିରେ ନିଖୋଜ ହୋଇଯାଇଥିବା ଲୋକଙ୍କୁ ସେମାନଙ୍କ ଆତ୍ମୀୟମାନେ ଖୋଜିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କନ୍ନୁର ଡିଫେନ୍ସ ସିକ୍ୟୁରିଟି କର୍‌ (ଡିଏସ୍‌ସି) ସେଣ୍ଟର ଏବଂ ୧୨୨ ଟିଏ ବାଟାଲିୟନ୍‌ର ୪ କଲମ୍‌ ଯବାନ ମିଳିତ ଭାବେ ରେସ୍କ୍ୟୁ ଅପରେଶନ୍‌ ଚଳାଇଛନ୍ତି। ଏଥିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟର ଉଦ୍ଧାରକାରୀ ଟିମ୍‌ ମଧ୍ୟ ନିୟୋଜିତ ଥିବା ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ହ୍ୟୁମାନିଟାରିଆନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ଡିଜାଷ୍ଟର ରିଲିଫ୍‌ (ଏଚ୍‌ଏଆର୍‌ଡି)ର ୨ କଲମ୍‌ ଓ ୨ ମେଡିକାଲ ଟିମ୍‌କୁ ତ୍ରିଭେନ୍ଦ୍ରମ୍‌ରୁ କୋଝିକୋଡ୍‌କୁ ସ୍ବତନ୍ତ୍ର ବିମାନରେ ଏୟାରଲିଫ୍ଟ କରାଯାଇଛି। ଭାରି ଇଞ୍ଜିନିୟରିଂ ଉପକରଣ ଏବଂ ରେସ୍କ୍ୟୁ ଡଗ୍‌ ଟିମ୍‌ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଲଗାଣ ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି କରିଛି।
ବନ୍ୟା ପରେ ଏହା ହେଉଛି କେରଳରେ ସବୁଠୁ ବଡ଼ ବିପର୍ଯ୍ୟୟ। ଗତ ୨ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଛି। ବର୍ଷା ଯୋଗୁ ମାଟି ନରମ ହୋଇଯାଇଥିବାରୁ ଭୂସ୍ଖଳନ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ଚୁରାଲମାଲା ସହର। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଭୂସ୍ଖଳନ ପ୍ରସଙ୍ଗ ଉଠାଇ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଏଭଳି ବିପର୍ଯ୍ୟୟ ଏଡ଼ାଇବା ପାଇଁ ହାଇଟେକ୍‌ ସମାଧାନର ପନ୍ଥା ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି। ଗୃହରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ ବେଳେ ଓ୍ବାୟନାଡ୍‌ର ପୂର୍ବତନ ଏମ୍‌ପି ରାହୁଲ ସେନାର ଉଦ୍ଧାରକାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷେ କେରଳରେ ପ୍ରବଳ ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସପ୍ତାହେ ପୂର୍ବରୁ ସତର୍କ କରାଯାଇଥିବା ବିଷୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସୂଚନା ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ସବୁ ସହାୟତା ଦିଆଯିବ ବୋଲି ଶାହା କହିଛନ୍ତି। ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍‌ ଭୂସ୍ଖଳନ ସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri