ଓ୍ବାୟନାଡ ଭୂସ୍ଖଳନ: ଡାକ୍ତର ବିଷ୍ଣୁଙ୍କ ମିଳିଲା ମୃତଦେହ

ଭୁବେନେଶ୍ୱର,୩୧।୭: କେରଳ ଓ୍ବାୟନାଡରେ ହୋଇଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୫୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ମଙ୍ଗଳବାର ୨ ଓଡ଼ିଆ ପୁଅ ନିଖୋଜ ହୋଇଯାଇଥିଲେ। ତନ୍ମଧ୍ୟରୁ ଜଣଙ୍କ ମୃତଦେହ ମିଳିଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ମୃତଦେହ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କର ହୋଇଥିବା ସୂଚନା ମିଳିଛି। ମୃତଦେହ ପୁନଃ ଚିହ୍ନଟ ପରେ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ମୃତଦେହ ଚିହ୍ନଟ ପାଇଁ ୨ ଅଧିକାରୀଙ୍କୁ କେରଳ ପଠାଯାଇଥିଲା। ବିଷ୍ଣୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଅନ୍ୟ ଜଣେ ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଏଯାଏଁ ପତ୍ତା ମିଳିନି।

ସୂଚନାଥାଉ କି, କେରଳର ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୨ ଓଡ଼ିଆ ଡାକ୍ତର ନିଖୋଜ ଥିଲେି। ୨ ଡାକ୍ତରଙ୍କ ଉଦ୍ଧାର ପାଇଁ ଅପରେସନ ଜାରି ରହିଥିଲା। ୨ ଓଡ଼ିଆ ଡାକ୍ତର ଓ ସେମାନଙ୍କ ସ୍ତ୍ରୀ କେରଳ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ଘଟିଥିବା ଭୂସ୍ଖଳନରେ ଡାକ୍ତର ଦ୍ୱୟ ନିଖୋଜ ହୋଇଯାଇଥିବାବେଳେ ସେମାନଙ୍କ ସ୍ତ୍ରୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ଡାକ୍ତରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। କଟକ ଜିଲା ଚୌଦ୍ୱାରସ୍ଥିତ ହାଉସିଂ ବୋର୍ଡ ଅଞ୍ଚଳରେ ରହୁଥିବା ହାଇଟେକ ମେଡିକାଲର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା, ସ୍ତ୍ରୀ ତଥା ଡ୍ରିମ୍ସ କଲେଜ ଅଧ୍ୟାପିକା ପ୍ରିୟଦର୍ଶିନୀ, ଡା.ସ୍ବାଧୀନ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ବୀକୃତି ମହାପାତ୍ର ଗତ ୨୬ ତାରିଖରେ ବେଙ୍ଗାଲୁରୁ ଏବଂ କେରଳ ବୁଲିବାକୁ ଯାଇଥିଲେ। କେରଳର ୱାୟନାଡର ଲିନରା ଭିଲ୍ଲାରେ ରାତ୍ରିଯାପନ କରିଥିଲେ। ସୋମବାର ରାତି ପ୍ରାୟ ୨ଟାରେ ଭୂସ୍ଖଳନ ସହ ମାଟି ମିଶା ପାଣି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା।

ଏନେଇ ବିଷ୍ଣୁଙ୍କ ବାପା ତଥା ପ୍ରତିରକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ପ୍ରମୋଦ କୁମାର ଚିନାରା କହିଛନ୍ତି, ରାତି ପ୍ରାୟ ୨ଟାରେ ବନ୍ୟାପାଣି ମାଡ଼ି ଆସିଲା। ଏହାପରଠାରୁ ବିଷ୍ଣୁଙ୍କ ପତ୍ତା ମିଳୁନି। ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳ ୬ଟାରେ ଫୋନ ଯୋଗେ ଏ ସମ୍ପର୍କରେ ପ୍ରିୟଦର୍ଶିନୀ ମୋତେ ଜଣାଇଥିଲେ। ଡା. ଚିନାରା ୨ ବର୍ଷ ତଳେ ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri