ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବା ଲାଗି ଉପାୟ: କମାଯିବ ସୂର୍ଯ୍ୟ ଆଲୋକ…

ଲଣ୍ଡନ,୯।୧୨ : ଏହା ସ୍ପଷ୍ଟ ହେବାରେ ଲାଗିଛି ବିଭିନ୍ନ ଦେଶ ଜଳବାୟୁ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବାରେ ଲାଗିଛନ୍ତି। ୨୦୨୨ ମସିହାରେ ତାପମାତ୍ରା ବୃଦ୍ଧି ୧.୨୬ ଡିଗ୍ରୀ ସେଲସିୟସ ହେବା ନେଇ ନାନା ଆଲୋଚନା କରାଯାଇଥିଲା। ୨୦୩୦ ମଧ୍ୟଭାଗରେ ଏହା ୧.୫ ଡିଗ୍ରୀ ସେଲସିୟସରେ ପହଞ୍ଚିବା ସମ୍ଭାବନା ଦେଖାଦେଇଛି। ଅନୁସନ୍ଧାନରୁ ଏହା ମଧ୍ୟ ଦର୍ଶାଯାଇଛି ବର୍ତ୍ତମାନର ଜଳବାୟୁ ନୀତି ଅନୁସାରେ ଏହି ଶତାବ୍ଦୀର ଶେଷ ସୁଦ୍ଧା ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି କରିବ। ଏହି ତୀବ୍ର ଉତ୍ତାପ ସମଗ୍ର ବିଶ୍ୱରେ ଅସୁରକ୍ଷିତ ସମ୍ପ୍ରଦାୟ ଏବଂ ଇକୋସିଷ୍ଟମକୁ ନଷ୍ଟ କରିଦେବ। ବର୍ତ୍ତମାନ ବୈଜ୍ଞାନିକମାନେ କିଛି ମୌଳିକ ନୂତନ ଯୋଜନା ଊପରେ ଚିନ୍ତା କରୁଛନ୍ତି ଯାହା ଦ୍ୱାରା ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନକୁ ରୋକା ଯାଇପାରିବ। ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବା ଲାଗି ଏହା ହିଁ ବିକଳ୍ପ ଉପାୟ।

ସୂର୍ଯ୍ୟ ଆଲୋକ କମାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ପୃଥିବୀର ବାୟୁମଣ୍ଡଳରେ ପ୍ରତିଫଳିତ କଣିକା ପକାଇବା ପାଇଁ ଉଚ୍ଚ ଫ୍ଲାଇଙ୍ଗ ଜେଟର ଜାହାଜ ବ୍ୟବହାର କରିବାକୁ ଯୋଜନା କରାଯାଇଛି। ଏହା ଦ୍ୱାରା ସୂର୍ଯ୍ୟର ଆଲୋକ ପ୍ରତିଫଳିତ କଣିକା ଉପରେ ପଡି ପ୍ରତିଫଳିତ ହୋଇ ପୃଥିବୀରେ ନ ପଡି ଫେରିଯିବ। ଏହା ଦ୍ୱାରା ପୃଥିବୀରେ ପଡୁଥିବା ସୂର୍ଯ୍ୟର ଆଲୋକକୁ କମାଯାଇ ପାରିବ। କିନ୍ତୁ ଏହା ଦ୍ୱାରା ପୃଥିବୀ ଉପରେ ଖରାପ ପ୍ରଭାବ ପଡିବାର ଆଶଙ୍କା ରହିଛି।

ସୂର୍ଯ୍ୟକିରଣ ହ୍ରାସ କରିବା ଜଳବାୟୁ ପରିବେଶକୁ ସଂପୂର୍ଣ୍ଣ ଓଲଟାଇ ଦେବ। ଖରାଦିନେ, ଗ୍ରୀଷ୍ମ ସମୟରେ ଏବଂ ଟ୍ରପିକାଲ ଅଞ୍ଚଳରେ ସୂର୍ଯ୍ୟଙ୍କ ଉଷ୍ମତା କମିବ।

ଯଦିଓ ସୂର୍ଯ୍ୟକିରଣ ହ୍ରାସ କରିବା ପୃଥିବୀକୁ ଥଣ୍ଡା କରିପାରେ, ତଥାପି ଏହା ଜଳବାୟୁ ସମସ୍ୟାର ମୂଳ, କାର୍ବନ ଡାଇଅକ୍ସାଇଡର ନିର୍ଗମନର ମୁକାବିଲା କରି ପାରିବ ନାହିଁ। କାର୍ବନ ଡାଇଅକ୍ସାଇଠ କେବଳ ପୃଥିବୀକୁ ଗରମ କରେ ନାହିଁ, ଏହା ସମୁଦ୍ରକୁ ମଧ୍ୟ ଅମ୍ଳ କରିଥାଏ। ସୂର୍ଯ୍ୟ ଆଲୋକ କମାଇବା ଦ୍ୱାରା ଏଥିରେ ପରିବର୍ତ୍ତନ ହେବ ନାହିଁ।

ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିବ। କଣିକାର ଏହି ବିପଜ୍ଜନକ ସ୍ତର ଆକାଶକୁ ଧଳା କରିଦେବ। ଏହା ସହିତ ଏସିଡ ବର୍ଷା ସମସ୍ୟାକୁ ମଧ୍ୟ ବୃଦ୍ଧି ପାଇବ।

Share