କୋଲକାତା,୮।୭: ନିର୍ବାଚନ ପ୍ରଚାରକୁ ନେଇ ବହୁ ପରିଶ୍ରମ, ପାର୍ଥୀପତ୍ର ଦାଖଲ ସମୟରେ ହିଂସା, ବହୁ ଘଟଣା ଦୁର୍ଘଟଣା ପରେ ଶେଷରେ ଶନିବାର ସକାଳେ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ।
ପ୍ରାର୍ଥୀପତ୍ର ଦାଖଲ ସମୟରେ ହୋଇଥିବା ହିଂସା ଭଳି ଭୋଟ ଗ୍ରହଣ ଠିକ ପୂର୍ବରୁ ବି ଏମିତି ହିଂସା ଦେଖାଦେଇଛି। ଶୁକ୍ରବାର ରାତିରେ ତ୍ରୁଣମୂଳ କଂଗ୍ରେସ ଓ କଂଗ୍ରେସର କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଗୋଟିଏ ଘରକୁ ଭାଙ୍ଗି ଦିଆଯାଇଛି। ସେହିପରି ଜଣେ ଭାଜପା କର୍ମୀଙ୍କ ଘର ଉପରକୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଏଥିରେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ସ୍ଥାନେ ସ୍ଥାନେ ଏପରି ହିଂସାକୁ ଦେଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି।