Categories: ଖେଳ

୩୦୦୦ରୁ ଅଧିକ ଲୋକ ଭୂକମ୍ପରେ ମୃତ୍ୟୁବରଣ କଲେ, ଏହି ବିଜୟ ଦେଶକୁ କିଛିଟା ଖୁସି ଦେବ: ରଶିଦ

ନୂଆଦିଲ୍ଲୀ,୧୬।୧୦(୦୭): ବିଶ୍ୱକପ ୨୦୨୩ର ୧୩ତମ ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡକୁ ୬୯ ରନ୍‌ରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ସ୍ପିନ ବୋଲର ରଶିଦ ଖାଁ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରଶିଦ କହିଛନ୍ତି ଯେ, ଇଂଲଣ୍ଡ ଉପରେ ବିଜୟ ଆମକୁ ଆତ୍ମବିଶ୍ୱାସ ଦେଇଛି ଯେ ବର୍ତ୍ତମାନ ଆମେ ଯେକୌଣସି ଦଳକୁ ପରାସ୍ତ କରିପାରିବୁ। ଏହା ଆମ ପାଇଁ ଏକ ବଡ ବିଜୟ। ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରିବା ଆମ ପାଇଁ ଏକ ବଡ଼ କଥା। ଭୂକମ୍ପ ଯୋଗୁ ଆମ ଘର ପ୍ରଭାବିତ ହୋଇଛି। ୩୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ବିଜୟ ଆମ ଲୋକଙ୍କୁ ଖୁସି ଦେଇଛି। ମୁଁ ଡ୍ରେସିଂ ରୁମରେ ସମସ୍ତଙ୍କୁ କହିଥିଲି ଯେ ଟୁର୍ନାମେଣ୍ଟରେ ଯାହା ଘଟିବ ଘଟୁ କିନ୍ତୁ ଆମେ ଶେଷ ପର୍ଯ୍ୟନ୍ତ ଲଢିବା। ଆମେ ନିଜ ପାଇଁ ଛୋଟ ଲକ୍ଷ୍ୟ ସ୍ଥିର କରିଛୁ। ଆମେ ଆମର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରୁଛୁ।
ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୪ ରନ ସଂଗ୍ରହ କରିଥିଲା। ଏହି ସମୟରେ ଗୁରୁବାଜ ୮୦ ରନର ଇନିଂସ ଖେଳିଥିଲେ। ଇକ୍ରାମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୮ ରନ ସ୍କୋର କରିଥିଲେ। ରସିଦ ଖାନ ୨୨ ଟି ବଲ୍‌ର ସମ୍ମୁଖୀନ ହୋଇ ୨୩ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୨୧୫ ରନ ସ୍କୋର କରିପାରଥିଲା। ଆଫଗାନିସ୍ତାନ ପାଇଁ ୯.୩ ଓଭରରେ ରଶିଦ ୩୭ ରନ ଦେଇ ୩ ଉଇକେଟ ନେଇଥିଲେ।

Share