ନୂଆଦିଲ୍ଲୀ,୧୫ା୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଏବଂ ଓ୍ବେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ରେଗୁଲାଟେରି ଅଥରିଟି (ଡବ୍ଲ୍ୟୁଡିଆର୍ଏ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ସହ ଇ-ଏନ୍ଡବ୍ଲ୍ୟୁଆର୍ ଜରିଆରେ ନେଣଦେଣ କରିବା ପାଇଁ ଉକ୍ତ ଏମ୍ଓୟୁ ହୋଇଥିବା ଜଣାପଡ଼ିଛି। ଏପରିକି କୃଷକ ଏବଂ ଖାଦ୍ୟ ଉତ୍ପାଦନକାରୀଙ୍କୁ ସହଜ ଏବଂ ସୁବିଧାରେ ଅର୍ଥ କାରବାରରେ ସହାୟକ ହେବ। ଫଳରେ ଉଭୟ ସଂସ୍ଥାର କାରବାର ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀ ପିଏନ୍ବିର ଏମ୍ଡି ତଥା ସିଇଓ ଅତୁଲ କୁମାର ଗୌଏଲ ଏବଂ ଡବ୍ଲ୍ୟୁଡିଆର୍ଏର ଅଧ୍ୟକ୍ଷ ତଥା ପୂର୍ବତନ ଆଇଏଏସ୍ ଅଫିସର ଟି.କେ.ମନୋଜ କୁମାରଙ୍କ ଉପସ୍ଥିତିରେ ଉକ୍ତ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ଏହି ଅବସରରେ ପିଏନ୍ବିର ସିଜିଏମ୍ ସୁନୀଲ କୁମାର ଚୋଓ୍ବଘ, ଜିଏମ୍ କୌନଓ୍ବାଲ ଜିତ ସୌରୀ, ଆର୍.କେ.ବୈଶିଷ୍ଠଙ୍କ ସମେତ ଡବ୍ଲ୍ୟୁଡିଆର୍ଏର ସଦସ୍ୟ ମୁକେଶ କୁମାର ଜୈନ, ଡିଡି ନବୀନ ବାଇରୋଲା ପ୍ରମୁଖ ଉପସ୍ଥିତ ଥିଲେ।