Posted inଜାତୀୟ

ଆମେ ୨ ଆମର ୨

ଲକ୍ଷ୍ନୌ,୧୨ା୭: ଦେଶର ଜନସଂଖ୍ୟା ଅଭିବୃଦ୍ଧି ହାର ୨.୭% ଥିବାବେଳେ ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି)ରେ ଏହା ୩.୧ ପ୍ରତିଶତ ରହିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ରାଜ୍ୟର ବିକାଶ ପଥରେ ବାଧକ ହୋଇଥିବାରୁ ଏହା ଉପରେ ନିୟନ୍ତ୍ରଣ ଜରୁରୀ। ଏଥିଲାଗି ଅଧିକ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ନିଜ ସରକାରୀ ବାସଭବନରେ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଯୋଗୀ ଆଦିତ୍ୟନାଥ ‘ଉତ୍ତର ପ୍ରଦେଶ ଜନସଂଖ୍ୟା ନୀତି ୨୦୨୧-୨୦୩୦’ ଘୋଷଣା କରିଛନ୍ତି। ସେ କହିଛନ୍ତି, ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଅନେକ ଅସୁବିଧା ଦେଖିବାକୁ ମିଳିଛି। ଏହା ବିକାଶରେ କିପରି ବାଧକ ହେଉଛି ସେନେଇ ବିଗତ ୪ ଦଶନ୍ଧି ଧରି ଆଲୋଚନା ଚାଲିଛି। ଏହାର ନିୟନ୍ତ୍ରଣ ଦିଗରେ ଉଦ୍ୟମ କରିଥିବା ଦେଶ ଓ ରାଜ୍ୟ ସକାରାମତ୍କ ପରିଣାମ ପାଇଛନ୍ତି। ସମାଜର ସବୁ ବର୍ଗଙ୍କୁ ନେଇ ୟୁପି ସରକାର ‘ଆମେ ଦୁଇ ଆମର ଦୁଇ’ ନୀତିକୁ କାର୍ଯ୍ୟକାରୀ କରିବେ। ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଏହାକୁ ସମସ୍ତେ ମାନିବା ଜରୁରୀ। ୨୦୨୬ ସୁଦ୍ଧା ଜନ୍ମହାର ୨.୧%କୁ ଖସାଇବାକୁ ପଡ଼ିବ। ଏହା ପୂର୍ବରୁ ଶୁକ୍ରବାର ୟୁପି ଲ’ କମିଶନ ଉକ୍ତ ନୀତିର ଚିଠା ଜାରି କରିଥିଲେ। ଦୁଇରୁ ଊର୍ଦ୍ଧ୍ୱ ସନ୍ତାନ ଥିବା ମା’ବାପା ସ୍ଥାନୀୟ ନିର୍ବାଚନ ଲଢ଼ିବା, ସରକାରୀ ଚାକିରି ପାଇଁ ଆବେଦନ କରିବା ଓ ରାଶନ ମିଳିବା ଭଳି ୭୭ ପ୍ରକାର ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ଏଥିରେ ଦର୍ଶାଯାଇଛି। ଅନ୍ୟପକ୍ଷେ ଯେଉଁମାନଙ୍କ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଥିବେ ସେମାନେ ସରକାରୀ ଚାକିରିରେ ବେତନ ବୃଦ୍ଧି ଓ ସ୍ବାସ୍ଥ୍ୟ ବୀମା ଭଳି ଅନେକ ସୁବିଧା ପାଇବେ ବୋଲି ଉଲ୍ଲେଖ କରାଯାଇଛି।
ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ମୁସଲମାନ ସମୁଦାୟକୁ ଟାର୍ଗେଟ କରିବା ପାଇଁ ଏପରି ବିଚିତ୍ର ନୀତି ଆଣିଥିବା ବିରୋଧୀ ସମାଲୋଚନା କରିଛନ୍ତି। କଂଗ୍ରେସ ଏହାକୁ ଏକ ‘ରାଜନୈତିକ କାର୍ଯ୍ୟସୂଚୀ’ ବୋଲି ଅଭିହିତ କରିଥିବାବେଳେ ସମାଜବାଦୀ ପାର୍ଟି (ଏସ୍‌ପି) ‘ଗଣତନ୍ତ୍ରର ହତ୍ୟା’ ବୋଲି ଅଭିହିତ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍‌ତାର ଅବ୍ବାସ ନକ୍‌ଭି କହିଛନ୍ତି, ୟୁପି ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରୁଛି। ଏହାକୁ ସ୍ବାଗତ କରାଯିବା ଉଚିତ। ୧୯୭୦ ଦଶକରେ କଂଗ୍ରେସ ଏପରି ଉଦ୍ୟମ କରି ବିଫଳ ହୋଇଥିଲା। ଉନ୍ନତ ଉପାୟରେ ପଦକ୍ଷେପ ନିଆଗଲେ ସୁଫଳ ମିଳିବ। ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେଉଥିବା ଲୋକେ ଦେଶର ଶତ୍ରୁ ବୋଲି ସେ ଅଭିହିତ କରିଛନ୍ତି। ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜ୍ୟର ମୁସଲମାନମାନଙ୍କୁ ଜନସଂଖ୍ୟା ହ୍ରାସ ପାଇଁ ସହଯୋଗ କରିବାକୁ ଅନୁରୋଧ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri