Categories: ଜାତୀୟ

ଆମେ ଥ୍ରୀ-ଡି ହେଲେ ଭାଜପା ସରକାର ୪-ଡି: କଂଗ୍ରେସ…

ଚଣ୍ଡିଗଡ଼,୨୧।୬ : କଂଗ୍ରେସ ରାଜ୍ୟସଭା ଏମପି ହରିୟାଣା ଦୀପେନ୍ଦ୍ର ସିଂ ହୁଡା ପୁଣିଥରେ ଭାଜପା ସରକାର ଉପରେ ଆକ୍ରମଣ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଥ୍ରୀ-ଡି ବିବୃତ୍ତି ନେଇ ହୁଡା ଜବାବ ନେଇଛନ୍ତି। ହୁଡା ଭାଜପାକୁ ୪-ଡି ସରକାର ବୋଲି ବର୍ଣ୍ଣନା କରି ସରକାରଙ୍କ ସଂଜ୍ଞା ମଧ୍ୟ କହିଛନ୍ତି।

ଦୀପେନ୍ଦ୍ର ହୁଡାଙ୍କ ଅନୁଯାୟୀ, ପ୍ରଥମ ଡି ର ଅର୍ଥ ହେଲା ‘ବିଭାଜନ ଏବଂ ଶାସନ’(ଡିଭାଇଡ ଆଣ୍ଡ ରୁଲ), ଭାଇଙ୍କୁ ଭାଇ ସହିତ ଲଢିବାକୁ କୁହାଯାଇଛି। ଦ୍ୱିତୀୟ ଡି ର ଅର୍ଥ ହେଉଛି ‘ପ୍ରତାରଣା’(ଡିଭିସ), ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଭାଜପାର କାମ। ସେ କହିଛନ୍ତି ପ୍ରତିବର୍ଷ ୫,୧୦୦ ଟଙ୍କା ପେନସନ, ୨ କୋଟି ଚାକିରୀ, କୃଷକଙ୍କ ଦୁଇଗୁଣା ଆୟ, କମ ମୁଦ୍ରାସ୍ଫୀତି ଏବଂ ଭଲ ଦିନର ପ୍ରତିଶୃତି ଦେଇ ଭାଜପା ଲୋକଙ୍କୁ ପ୍ରତାରଣା କରିଛି।

ସେହିପରି ତୃତୀୟ ଡିର ଅର୍ଥ ହେଉଛି ଡାଇଭର୍ଟ। ମୂଳ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ହେଉଛି ଭାଜପାର ଡାଇଭର୍ଟିଂ’ ନୀତି। ଚତୁର୍ଥ ଡି ହେଇଛି ‘ଡକାୟତି’। ଭାଜପା ସରକାର ଜନସାଧାରଣଙ୍କ ପକେଟରୁ ଲୁଟ କରୁଛନ୍ତି, ରନ୍ଧନ ଗ୍ୟାସ, ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଲାଗୁ କରି ଲୋକଙ୍କ ଟଙ୍କା ଲୁଟ ହେଉଛି।

ଆମେ ଥ୍ରୀ-ଡି ହେଲେ ଭାଜପା ସରକାର ହେଉଛନ୍ତି ୪-ଡି। ଅନ୍ୟକୁ ଆକ୍ଷେପ କରିବା ପୂର୍ବରୁ ଭାଜପା ସରକାର ନିଜ କାମ ପ୍ରତି ନଜର ରଖିବା ଜରୁରୀ ବୋଲି ସେ କହିଛନ୍ତି।

 

 

Share