Posted inଖେଳ

ମହିଳା ଆଇପିଏଲ୍‌ ନେଇ ଗାଙ୍ଗୁଲିଙ୍କ ଘୋଷଣା

ନୂଆଦିଲ୍ଳୀ,୨।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମହିଳା ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ଘୋଷଣା କରିଛନ୍ତି। ମହିଳା ଆଇପିଏଲ ବା ଚ୍ୟାଲେଞ୍ଜର୍ସ ସିରିଜ୍‌ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି।
ପୁରୁଷ ଆଇପିଏଲ୍‌ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ କିମ୍ବା ୧୦ ମଧ୍ୟରେ ଆୟୋଜନ ହେବ। ଫାଇନାଲ ତାରିଖ ଏପର୍ଯ୍ୟନ୍ତ ଅବଶ୍ୟ ଘୋଷଣା କରାଯାଇ ନାହିଁ। ମହିଳା ଆଇପିଏଲ୍‌ ମଧ୍ୟ ଏହି କାର୍ଯ୍ୟସୂଚୀ ସହ ମେଳ ଖାଇବ ବୋଲି ଗାଙ୍ଗୁଲି କହିଛନ୍ତି। ମହିଳା ଆଇପିଏଲ୍‌ ଆୟୋଜନ ନେଇ ଆମେ କାର୍ଯ୍ୟ କରୁଛୁ ଓ ଜାତୀୟ ମହିଳା ଦଳ ନେଇ ମଧ୍ୟ ଆମର ଯୋଜନା ରହିଛି ବୋଲି ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ବୈଠକ ପୂର୍ବରୁ ସେ କହିଛନ୍ତି। ମହିଳା ଚ୍ୟାଲେଞ୍ଜର ଟ୍ରଫି ଗତବର୍ଷ ଭଳି ଆଇପିଏଲ୍‌ର ଅନ୍ତିମ ପର୍ଯ୍ୟାୟରେ ଆୟୋଜନ ହେବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୧ରୁ ୧୦ ମଧ୍ୟରେ ମହିଳା ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ଏକ କ୍ୟାମ୍ପର ମଧ୍ୟ ଆୟୋଜନ ହେବ। ଚୁକ୍ତିବଦ୍ଧ ମହିଳା ଖେଳାଳିଙ୍କ ପାଇଁ କ୍ୟାମ୍ପ ଆୟୋଜନ ହେବ। ଦେଶରେ ଦେଖାଦେଇଥିବା କରୋନ ସ୍ଥିତି ଯୋଗୁ ଏଥିରେ ବିଳମ୍ବ ହୋଇଛି ବୋଲି ଗାଙ୍ଗୁଲି କହିଛନ୍ତି। କୋଭିଡ୍‌-୧୯ କାରଣରୁ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମଧ୍ୟ ବନ୍ଦ ରହିବ। ଏହା ସତ୍ତ୍ୱେ ମହିଳା କ୍ରିକେଟରଙ୍କ ପାଇଁ କ୍ୟାମ୍ପ ଆୟୋଜନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁଣି ନ୍ୟୁଜିଲାଣ୍ଡରେ ଦିନିକିଆ ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକ ପୂରା ସୀମିତ ଓଭର ସିରିଜ ଖେଳିବା ନେଇ ବିସିସିଆଇ କ୍ରିକେଟ ଅପରେଶନ ଟିମ୍‌ କାର୍ଯ୍ୟସୂଚୀ ସ୍ଥିର କରିବାକୁ ପ୍ରୟାୟ ଆରମ୍ଭ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ…

ମେଲବୋର୍ନ,୨୮।୧୨: ନୀତୀଶ କୁମାର ରେଡ୍ଡୀ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟ ସିରିଜରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି।...

କିଏ ସେହି ନୀତୀଶ ରେଡ୍ଡୀ, ଯିଏ ଅଷ୍ଟ୍ରେଲିଆକୁ ପିଆଇଲେ ପାଣି

ମେଲବୋର୍ନ,୨୮।୧୨: ମେଲବୋର୍ନ ଟେଷ୍ଟରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି ନୀତୀଶ ରେଡ୍ଡୀ। ନୀତୀଶଙ୍କୁ ମାତ୍ର ୨୧ ବର୍ଷ କିନ୍ତୁ ବ୍ୟାଟିଂରେ ତାଙ୍କର...

ନୀତୀଶ ରେଡ୍ଡୀଙ୍କ ଚମତ୍କାର ଶତକ: ଭୋ ଭୋ ହୋଇ କାନ୍ଦିଲେ ବାପା

ମେଲବୋର୍ନ,୨୮।୧୨: ମେଲବୋର୍ନରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ନୀତୀଶ କୁମାର ରେଡ୍ଡୀ ଚମତ୍କାର ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ଶକ୍ତିଶାଳୀ ତଥା ଅଭିଜ୍ଞ ବୋଲର...

ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍‌ରେ ସେଲିବ୍ରେଶନ କଲେ ନୀତୀଶ

ମେଲବୋର୍ନ,୨୮।୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ...

ଆଜିଠୁ ହକି ଇଣ୍ଡିଆ ଲିଗ୍‌

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଦୀର୍ଘ ୭ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଶନିବାରଠାରୁ ରାଉରକେଲାର ବିର୍ସା ମୁଣ୍ଡା ହକି...

ଦଳରୁ ବାଦ୍‌ ପଡ଼ିବା ପରେ ଗିଲଙ୍କ ବଡ଼ ପଦକ୍ଷେପ, ସାଲ୍ୟୁଟ୍‌ କରୁଛନ୍ତି ପ୍ରଶଂସକ

ମେଲବର୍ନ,୨୭।୧୨: ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ସମାନ ସ୍ଥିତିରେ ଅଛନ୍ତି। ଏବେ ଉଭୟ ଟିମ୍‌ ମେଲବର୍ନ ଟେଷ୍ଟ ଜିତି ସିରିଜରେ ଆଗୁଆ...

କୋହଲିଙ୍କ ପାଇଁ ମଞ୍ଜରେକରଙ୍କ ସହ ଝଗଡ଼ା କଲେ ଇରଫାନ ପଠାନ, LIVE  ଶୋ’ରେ ଜୋରଦାର କଥା କଟାକଟି,Video 

ନୂଆଦିଲ୍ଲୀ,୨୭।୧୨: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ଟିମ୍‌ ଇଣ୍ଡିଆର ଭେଟେରାନ କ୍ରିକେଟର ବିରାଟ କୋହଲି। ପ୍ରଥମେ ଅଷ୍ଟ୍ରେଲିଆର ଡେବ୍ୟୁଟାଣ୍ଟ ସାମ୍‌ କନ୍‌ଷ୍ଟାସ୍‌ଙ୍କୁ ଧକ୍କା ମାରିବାକୁ ନେଇ ସେ...

ସଚିନଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ମେଲବୋର୍ନ,୨୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ନ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୪ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ ଟିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri