Categories: ଜାତୀୟ

ବଜେଟ୍‌କୁ ନେଇ ଆମେ ଖୁସି: କାହିଁକି ଏମିତି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୩।୭: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ ୨୦୨୪ ଉପସ୍ଥାପନ କରିଥିଲେ। ବଜେଟ ଉପସ୍ଥାପିତ ହେବା ମାତ୍ରେ କଂଗ୍ରେସ ଭାଜପାକୁ ଟାର୍ଗେଟ୍‌ କରିଛି। ଲୋକ ସଭା ନିର୍ବାଚନ ଫଳାଫଳ ପରେ ଅର୍ଥମନ୍ତ୍ରୀ କଂଗ୍ରେସର ୨୦୨୪ ମାନିଫେଷ୍ଟୋ ପଢିଥିବାରୁ ଆମେ ଖୁସି ବୋଲି କଂଗ୍ରେସ କହିଛନ୍ତି।

ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ବଜେଟ ୨୦୨୪-୨୫ରେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନଶିପ ଯୋଜନା ଘୋଷଣା କରିଛନ୍ତି। ଏଥିରେ ଯୁବକମାନେ ଇଣ୍ଟର୍ନସିପ ସହିତ ମାସିକ ୫୦୦୦ ଟଙ୍କା ଭତ୍ତା ପାଇବେ। ଏନେଇ
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ସରକାର ଘୋଷଣା କରିଥିବା ଇଣ୍ଟର୍ନସିପ ଯୋଜନା ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ମାନିଫେଷ୍ଟୋରେ ରାଇଟ ଟୁ ଆପ୍ରେଣ୍ଟିଶିପ ପ୍ରତିଶ୍ରୁତି ଥିଲା। ଏହା ଏକ ବର୍ଷ ପାଇଁ ଡିପ୍ଲୋମା ଏବଂ ଡିଗ୍ରୀ ହାସଲ କରିଥିବା ବେକାର ଯୁବକମାନଙ୍କୁ ତାଲିମ ପ୍ରଦାନ କରିବା ସହ ପ୍ରତି ମାସରେ ୮୫୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ‘ପେହଲି ନଉକ୍ରି ପାକ୍କି’ ନାଁ ଦେଇଥିଲା।

ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ମୁଁ ଜାଣି ଖୁସି ଯେ ନିର୍ବାଚନ ଫଳାଫଳ ପରେ ଅର୍ଥମନ୍ତ୍ରୀ କଂଗ୍ରେସ ଲୋକ ସଭା ୨୦୨୪ ମାନିଫେଷ୍ଟୋ ପଢିଛନ୍ତି। ମୁଁ ମଧ୍ୟ ଖୁସି ଯେ ସେମାନେ କଂଗ୍ରେସ ମାନିଫେଷ୍ଟର ପୃଷ୍ଠା ୩୦ ରେ ଉଲ୍ଲେଖ କରାଯାଇଥିବା ଏମ୍ପ୍ଲୟମେଣ୍ଟ ଲିଙ୍କେଡ ଇନସେଣ୍ଟିଭ (ଇଏଲ୍‌ଆଇ) ଗ୍ରହଣ କରିଛନ୍ତି।

Share