Categories: ଜାତୀୟ

ଆମେ ଆଶା କରୁଛୁ ଉପର କୋର୍ଟରେ ରାହୁଲଙ୍କୁ ନ୍ୟାୟ ମିଳିବ: ସଞ୍ଜୟ ରାଉତ

ମୁମ୍ବାଇ,୭।୭: ଶିବସେନା(ୟୁବିଟି) ଏମପି ସଞ୍ଜୟ ରାଉତ ଶୁକ୍ରବାର କହିଛନ୍ତି, ଆମେ ଆଶା କରୁଛୁ ରାହୁଲ ଗାନ୍ଧୀଙ୍କୁ ଉପର କୋର୍ଟରୁ ‘ମୋଦି ସରନେମ’ ମାନହାନି ମାମଲାରେ ନ୍ୟାୟ ମିଳିବ।
ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟ ହାଇକୋର୍ଟ ‘ମୋଦି ସରନେମ’ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଟ୍ରାଏଲ କୋର୍ଟର ଦୋଷୀ ସାବ୍ୟସ୍ତ ହେବା ଆଦେଶ ଉଚିତ, ଉକ୍ତ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ, ତେଣୁ ଆବେଦନ ଖାରଜ କରାଯାଇଛି।

ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆଶା ରଖିଛୁ ରାହୁଲ ଗାନ୍ଧୀଙ୍କୁ ଉପର କୋର୍ଟରୁ ନ୍ୟାୟ ମିଳିବ ଓ ତାଙ୍କ ଆବେଦନର ଶୁଣାଣି ହେବ। ଏହାସହ ତାଙ୍କର ରଦ୍ଦ ହୋଇଥିବା ଏମପି ସଦସ୍ୟତାକୁ ବି ପ୍ରତ୍ୟାହାର କରି ନିଆଯିବ।

Share