Categories: ଜାତୀୟ

ନିର୍ବାଚନ ଫଳାଫଳ ନେଇ ଆମେ ଖୁସି ନୁହଁ, ଆମ ଘରକୁ ଆସନି: ଶିବକୁମାର…

ବେଙ୍ଗାଲୁରୁ,୨୧।୫ : କର୍ନାଟକରେ ସିଦ୍ଦାରାମାୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିବାବେଳେ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ଶିବକୁମାର ଏହି ବିଜୟରେ ଖୁସି ନୁହଁନ୍ତି।

କଂଗ୍ରେସ କର୍ମୀଙ୍କୁ ଏକ ବଡ ନିର୍ଦ୍ଦେଶ ଦେଇ ସେ କହିଛନ୍ତି ବର୍ତ୍ତମାନ ଆମର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ୨୦୨୪ ଲୋକସଭା ନିର୍ବାଚନ। କର୍ନାଟକ କଂଗ୍ରେସ ସଭାପତି ଶିବକୁମାର ବେଙ୍ଗାଲୁରୁ ପାର୍ଟି କ୍ୟାଡରକୁ ସମ୍ବୋଧିତ କରିବାବେଳେ ରାଜ୍ୟରେ ସରକାର ଗଠନ ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ ରୁ ଅଧିକ ଆସନ ଜିତିବା ସତ୍ତ୍ୱେ ଶିବକୁମାର ଦଳର ପ୍ରଦର୍ଶନରେ ଖୁସି ନୁହଁନ୍ତି ।

ଆମେ ୧୩୫ ରୁ ଅଧିକ ଆସନ ଜିତିଛୁ। କିନ୍ତୁ ମୁଁ ଏଥିରେ ଖୁସି ନୁହେଁ। ମୋର କିମ୍ବା ସିଦ୍ଦାରାମାୟାଙ୍କ ଘରକୁ କେହି ଆସନ୍ତୁ ନାହିଁ। ଆମର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଲୋକସଭା ନିର୍ବାଚନ ଏବଂ ଏଥିପାଇଁ ଆମେ ଭଲ ଭାବେ ଲଢ଼ିବା ଉଚିତ।

 

Share