Categories: ଜାତୀୟ

ଆମେ ନୁହଁ କ୍ଷମତା ଲୋଭୀ: ଦେବଗୌଡା…

ବେଙ୍ଗାଲୁରୁ,୨୭।୯ : ଜନତା ଦଳ ଧର୍ମନିରପେକ୍ଷ(ଜେଡିଏସ) ଭାଜପା ନେତୃତ୍ୱାଧୀନ ଏନଡିଏ ମିଳିତ ମେଣ୍ଟରେ ଯୋଗ ଦେଇଥିଲା। ଏହାକୁ ନେଇ ନାନା ଆଲୋଚନା ହେଉଛି। ଜେଡିଏସ ଦଳ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କ୍ଷମତା ଲୋଭ ଯୋଗୁ ଦଳ ଭାଜପା ସହ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ଏହାକୁ ଖଣ୍ଡନ କରିଜେଡିଏସ ମୁଖ୍ୟ ଏଚଡି ଦେବେ ଗୌଡା ବୁଧବାର ଏହି ନୂତନ ମିଳିତ ମେଣ୍ଟ ବିଷୟରେ ସୂଚନା ପ୍ରଦାନ କରି କହିଛନ୍ତି ତାଙ୍କ ଦଳ କ୍ଷମତା ପାଇଁ ଭୋକିଲା ନୁହେଁ। ମୁଁ କର୍ନାଟକର ରାଜନୈତିକ ପରିସ୍ଥିତି ସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଛି।

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନାହିଁ। କିନ୍ତୁ, ମୁଁ ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅମିତ ଶାହାଙ୍କ ସହ ଆଲୋଚନା କରିଛି। ଭାଜପା ସହ ହାତ ମିଳାଇବା ପୂର୍ବରୁ ସେ ଦଳର ବିଧାୟକଙ୍କ ସହ ଆଲୋଚନା କରିଥିଲି। ନିଷ୍ପତ୍ତି ନେବା ପୂର୍ବରୁ ମୁଁ ସମସ୍ତ ୧୯ ଜଣ ବିଧାୟକ ଏବଂ ୮ ଏମଏଲସିଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲି। ସମସ୍ତେ କହିଥିଲେ ଆପଣ ଭାଜପା ସହ ଆପୋଷ ବୁ ଝାମଣା କରିବାକୁ ଚିନ୍ତା କରିବା ଉଚିତ। ଏହା ପରେ ହିଁ ଭାଜପା ସହ ଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

Share