Categories: ଜାତୀୟ

ଆମେ ଦିଲ୍ଲୀ ସରକାରଙ୍କ ଜବାବରେ ସନ୍ତୁଷ୍ଟ ନାହୁଁ: ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଦେଶର ରାଜଧାନୀ ପ୍ରଦୂଷିତ ହେବାରେ ଲାଗିଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି କୋର୍ଟ କହିଛନ୍ତି।

ଏହି ଶୁଣାଣି ସମୟରେ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଲାଞ୍ଚ ଦେଇ ଟ୍ରକ ଗୁଡିକ ଦିଲ୍ଲୀରେ ପ୍ରବେଶ କରୁଛନ୍ତି। ଏହା ଉପରେ କୋର୍ଟ କହିଛନ୍ତି, ସମସ୍ତ ୧୧୩ ପ୍ରବେଶ ପଏଣ୍ଟରେ ପୋଲିସ ଅଧିକାରୀ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯିବ। ମନିଟରିଂ ପାଇଁ ପାରା ଲିଗାଲ ଭଲ୍ୟୁନଟିୟର୍ସକୁ ନଜର ରଖିବାକୁ ନିର୍ଦ୍ଦେଶ ଦିଲ୍ଲୀ ଆଇନ ସେବା ପ୍ରାଧିକରଣକୁ କୁହାଯିବ।

ପରିବହନ ବିଭାଗର ଅଧିକାରୀମାନେ ଟ୍ରକକୁ ଅଟକାଉଛନ୍ତି ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଦାବି କରିଛନ୍ତି। ଏହା ଉପରେ କୋର୍ଟ କହିଛନ୍ତି, କେତେ ଚେକ ପଏଣ୍ଟ କରାଯାଇଛି ତାହା ରେକର୍ଡରୁ ସ୍ପଷ୍ଟ ହୋଇନାହିଁ। ଆମେ କିଛି ଯୁବ ଆଇନଜୀବୀଙ୍କୁ ନିଯୁକ୍ତ କରିବୁ ଯେଉଁମାନେ ଦିଲ୍ଲୀର ପ୍ରବେଶ ପଏଣ୍ଟକୁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ସେମାନଙ୍କୁ କୋର୍ଟରେ ଦାଖଲ କରିବେ। ସିସିଟିଭି ଫୁଟେଜ ଉପରେ ମଧ୍ୟ ନଜର ରଖାଯିବ। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀ ସରକାରଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ନୁହଁ। କେତେ ଏଣ୍ଟ୍ରି ପଏଣ୍ଟ ଅଛି ଏବଂ କେଉଁଠାରେ ଏହାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ତାହା ଜଣାଇବାକୁ ସକ୍ଷମ ହୋଇନାହିଁ।

Share