Categories: ଖେଳ

୫ ବ୍ୟାଟର, ଦୁଇ ସ୍ପିନରଙ୍କ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଜରିଆରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାକୁ ଯାଉଛନ୍ତି ରବି ବିଷ୍ଣୋଇ। ମ୍ୟାଚ୍‌ରେ ଉଇକେଟକିପରଙ୍କୁ ମିଶାଇ ୫ ବ୍ୟାଟର, ଜଣେ ଅଲରାଉଣ୍ଡର, ଦୁଇ ସ୍ପିନରଙ୍କ ସହ ଆମେ ଓହ୍ଲାଇଛୁ। ଆମକୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛୁ। ଆଉ ଦଳୀୟ ଖେଳାଳିଙ୍କ ଲାଗି ଏହା ହିଁ ମେସେଜ ବୋଲି ରୋହିତ ଟସ୍‌ ବେଳେ କହିଛନ୍ତି।

ଭାରତୀୟ ଦଳ: ଇଶାନ କିଷନ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଭେଙ୍କଟଶ ଆୟାର, ଦୀପକ ଚହର, ଭୁବନେଶ୍ୱର କୁମାର, ହର୍ଶଲ ପଟେଲ, ରବି ବିଷ୍ଣୋଇ ଓ ୟୁଭବେନ୍ଦ୍ର ଚହଲ।

Share