ପ୍ରତି କରୋନା ଯୋଦ୍ଧା ପାଇଁ ଆମେ ଗର୍ବିତ : ଡିଜିପି

ଛତ୍ରପୁର, ୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୨ ଜଣ ପୋଲିସ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ରବିବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏମାନେ ଆସିକା ଓ ଭଞ୍ଜନଗର ଥାନାରେ କାର୍ଯ୍ୟ କରୁଥିବାବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର କାର୍ଯ୍ୟପ୍ରତି ଆନ୍ତରିକତା ଓ ଉତ୍ସର୍ଗ ମନୋଭାବ ରହିଛି। ପ୍ରତି କରୋନା ଯୋଦ୍ଧା ପାଇଁ ଆମେ ଗର୍ବିତ ବୋଲି ସୋମବାର ଟୁଇଟ୍‌କରି ଡିଜିପି ଅଭୟ କହିଛନ୍ତି। ସେହିପରି କରୋନାକୁ ହରାଇ ପୁଣି ଥରେ କାର୍ଯ୍ୟରେ ଯୋଗଦେଇଥିବା ଏହି ହିରୋମାନଙ୍କ ପାଇଁ ଆମେ ଗର୍ବିତ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଟୁଇଟକରି କହିଛନ୍ତି।

Share