ବେଜିଂ,୨୫।୧୨ : ନିକଟରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏବେ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ କୂଟନୈତିକ ଏବଂ ସାମରିକ ସ୍ତର ମାଧ୍ୟମରେ ଭାରତ ଏବଂ ଚାଇନା ଯୋଗାଯୋଗ ବଜାୟ ରଖିଛନ୍ତି।
ସୀମା ଅଞ୍ଚଳରେ ସ୍ଥିରତା ବଜାୟ ରଖିବାକୁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ। ୱାଙ୍ଗ କହିଛନ୍ତି, ଚାଇନ-ଭାରତ ସମ୍ପର୍କର ସ୍ଥିର ତଥା ସୁଦଢ଼ ଼ ବିକାଶ ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ। ଏହା ଦ୍ୱାରା ଉଭୟ ଦେଶର ବହୁବିଧ ବିକାଶ ସମ୍ଭବ ହେବ।