Categories: ରାଜ୍ୟ

ଆମେ ବିରୋଧୀ ପଟରେ ଆଉ ୬ ମାସ ବସିଯାଉଛୁ

ଭୁବନେଶ୍ୱର,୧।୮(ଅନିଲ ଦାସ): ଜଣେ ପୂର୍ବତନ ବିଧାୟକ ଶ୍ମଶାନ ଉଦ୍‌ଘାଟନ ବେଳେ ନିଜ ନାମ ଲେଖାଥିବା ସାଇନବୋର୍ଡ ମାରିଛନ୍ତି। ସରକାରୀ ପଇସାରେ ଶ୍ମଶାନ ଉଦ୍‌ଘାଟନ ହେଉଛି। ମାତ୍ର ପୂର୍ବତନ ମନ୍ତ୍ରୀଙ୍କର ଅଭ୍ୟାସ ଯାଇନି। ଆମେ ବିରୋଧୀ ଦଳ ଆସନରେ ଆଉ ୬ ମାସ ବସିଯାଉଛୁ। ସବୁ ନେମ୍‌ ପ୍ଲେଟ ମରା ସରିଲେ ଆମେ ପୁଣି ଟ୍ରେଜେରି ବେଞ୍ଚକୁ ଫେରି ଆସିବୁ। ସେମାନେ କ’ଣ ଜାଣିଥିଲେ ଯେ ତାଙ୍କୁ ବିରୋଧୀ ଦଳରେ ବସିବାକୁ ପଡ଼ିବ। ଆଗରୁ ସାଇନବୋର୍ଡ, ଫଳକ ଲେଖି ରଖିଥିଲେ। ଭାଜପା ସଭ୍ୟ ବାବୁ ସିଂ ବୁଧବାର ବିଧାନସଭା ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳକୁ ଘେରିଥିଲେ। ଦୀର୍ଘ ୨୪ ବର୍ଷ ଶାସନରେ ଥିବା ବେଳେ ମାୟାରେ ଥିଲେ ଏବେ ବାୟା ହୋଇ ଯାଇଛନ୍ତି ବୋଲି କହିଛନ୍ତି। ସେ ନିଜର ନାମ କୌଣସି ଫଳକରେ ନ ଲେଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

Share