Categories: ଜାତୀୟ

ଆମେ ଅସଲି ଶିବସେନା, ଆମକୁ ଦିଅ ଧନୁତୀର ଚିହ୍ନ, ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଶିନ୍ଦେ ଗୋଷ୍ଠୀ…

ମୁମ୍ବାଇ,୨୧।୭ : ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ବର୍ତ୍ତମାନ ଦଳର ଧନୁତୀର ନିର୍ବାଚନ ଚିହ୍ନ ହାତେଇବା ପାଇଁ ଉଦ୍ୟମ କରୁଛି। ଉଦ୍ଧବ ଠାକରେଙ୍କ ପାଖରେ କମ୍‌ ସଂଖ୍ୟକ ବିଧାୟକ ତଥା ଏମ୍‌ପି ରହିଛନ୍ତି। ତେଣୁ ଶିନ୍ଦେ ଗୋଷ୍ଠୀ ଦାବି କରୁଛି ଯେ, ଆମେ ଅସଲି ଶିବସେନା, ଆମକୁ ଧନୁତୀର ଚିହ୍ନ ଦିଅ। ଶିନ୍ଦେ ଗୋଷ୍ଠୀ ଏନେଇ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଆୟୋଗଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଲୋକ ସଭା ବାଚସ୍ପତି ଓମ ବିର୍ଲା ଏବଂ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକରଙ୍କ ଦ୍ୱାରା ଶିବସେନା ସଂସଦୀୟ ଦଳର ନେତା ଭାବରେ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ଦର୍ଶାଇ ଶିନ୍ଦ ଗୋଷ୍ଠୀ ବିଧାନସଭା ଦଳକୁ ମୂଳ ଶିବସେନା ବୋଲି ଦାବି କରିଛନ୍ତି।

ଦୁଇ ସପ୍ତାହ ମଧ୍ୟରେ ସ୍ଥାନୀୟ ସଂସ୍ଥାକୁ ନିର୍ବାଚନ ବିଷୟରେ ଅବଗତ କରାଇବାକୁ ସୁପ୍ରିମକୋର୍ଟ ବୁଧବାର ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏବେ ଶିନ୍ଦେ ଗୋଷ୍ଠୀ ଶିବସେନା ଚିର୍ବାଚନ ଚିହ୍ନ ନେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Share