Categories: ଜାତୀୟ

ଆମେ କଂଗ୍ରେସ ସହ ଅଛୁ: ଦେବଗୌଡା

ନୂଆଦିଲ୍ଲୀ,୧୮।୫: ଜେଡି(ଏସ୍‌) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡା କହିଛନ୍ତି ଆମେ କଂଗ୍ରେସ ସହ ଅଛୁ। ହେଲେ ଏ ସମ୍ପର୍କରେ ଏବେ ସେ କିଛି କହିବାକୁ ସଫା ସଫା ମନା କରି ଦେଇଛନ୍ତି। ଆସନ୍ତା ୨୩ରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଏହାପରେ କ’ଣ ଉନ୍ନତି କରାଯିବ ତାହା ଚିନ୍ତା କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ୧୯ରେ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତା ୨୩ରେ ସମସ୍ତ ପର୍ଯ୍ୟାୟର ଫଳାଫଳ ଏକ ସାଙ୍ଗେ ଘୋଷଣା କରାଯିବ। ଏଥିରେ କାହାକୁ ସଂଖ୍ୟା ଗରିଷ୍ଠତା ମିଳିବ ତାହା ଉପରେ ଏବେ ସମସ୍ତଙ୍କ ନଜର।

Share