Categories: ଜାତୀୟ

ଆମେ ସେମାନଙ୍କୁ ହୋଲ ସେଲରେ ଆଣିଥିଲୁ: ଭାଜପା ଛାଡୁଥିବା ନେତାଙ୍କ ଉଦ୍ଦେଶ୍ୟରେ କହିଲେ ବିଜୟଭର୍ଗୀୟ…

ଭୋପାଳ,୨୩।୯ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଏହାକୁ ଦୃଷ୍ଟିରେ ରଖି ବହୁ ନେତା ଭାଜପା କଂଗ୍ରେସରେ ଯୋଗ ଦେଉଛନ୍ତି। ସେଥିମଧ୍ୟରୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆଙ୍କର ଅଧିକ ସମର୍ଥକ ଅଛନ୍ତି। ସେମାନଙ୍କ ଦଳ ଛାଡିବା ପ୍ରଶ୍ନରେ ଭାଜପାର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗୀୟ କହିଛନ୍ତି ଆମେ ସେମାନଙ୍କୁ ହୋଲସେଲରେ ଆଣିଥିଲୁ, କଂଗ୍ରେସ ବର୍ତ୍ତମାନ ତାଙ୍କୁ ଖୁଚୁରା ବ୍ୟବସାୟରେ ନେଉଛି।

ସେହି ନେତାମାନଙ୍କର ଆମ ଦଳ ଛାଡ଼ିବା ଦ୍ୱାରା କୌଣସି ପ୍ରଭାବ ପଡ଼ିବ ନାହିଁ। ଭାଜପା ହେଉଛି ଆଦର୍ଶ ଥିବା ଏକ ଦଳ। ଯେଉଁ ଲୋକମାନଙ୍କର ଅଭିଳାଷ ଏବଂ ଆଶା ଆଦର୍ଶଠାରୁ ଅଧିକ, ସେମାନେ ଦଳ ଛାଡିଥାନ୍ତି ।

ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରଶ୍ନରେ ସେ ଉତ୍ତର ଦେଇଛନ୍ତି ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହିଁ। ଏହି ନିଷ୍ପତ୍ତି ବିଷୟରେ ମୁଁ ମୋ ଦଳକୁ ସୂଚନା ଦେଇଛି, କିନ୍ତୁ ମୁଁ ଦଳର ଜଣେ କର୍ମୀ ମାତ୍ର। ଯଦି ଦଳ ମୋତେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିବ, ତେବେ ମୁଁ ପଛକୁ ହଟିବି ନାହିଁ।

ଜନସାଧାରଣ କିମ୍ବା ନିଜ ଦଳର କର୍ମୀମାନେ କଂଗ୍ରେସ ଉପରେ ସନ୍ତୁଷ୍ଟ ନୁହନ୍ତି। କଂଗ୍ରେସରେ କେବଳ ଗୋଷ୍ଠୀବାଦ ଅଛି। ବିଭିନ୍ନ ଗୋଷ୍ଠୀ ଆଧାରରେ ମଧ୍ୟ ଟିକଟ ମଧ୍ୟ ଦିଆଯାଉଛି। ମଧ୍ୟପ୍ରଦେଶରେ କଂଗ୍ରେସ ଜନତାଙ୍କ ସମର୍ଥନ ହରାଇଛି।

ରାହୁଲ ଗାନ୍ଧୀଙ୍କୁ ନେଇ ଖବରଦାତାଙ୍କର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ରାହୁଲ ଟ୍ରକ ଡ୍ରାଇଭର, ମେକାନିକ ହୋଇପାରିବେ, କିନ୍ତୁ ସେ କେବେ ହେଲେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

 

Share