ମିଳିତ ଉଦ୍ୟମ ହେଲେ ଆଗକୁ ଯାଇପାରିବା: କନକବର୍ଦ୍ଧନ

ଭୁବନେଶ୍ୱର,୬ା୪ (ଅନୁରାଧା ମହାରଣା):ରାଜ୍ୟରେ ଶିଳ୍ପ ତଥା ଔଦ୍ୟୋଗିକ ସମ୍ଭାବନାର ସୁଯୋଗ ରହିଛି। ମିଳିତ ଉଦ୍ୟମ ହେଲେ ଆମେ ଆଗକୁ ଯାଇପାରିବା ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ଆୟୋଜିତ ‘ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ’ର ୫ ସଂସ୍କରଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଂଦେଓ ଆହୁରି କହିଛନ୍ତି, ଦେଶରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ହେଲେ ପ୍ରତିଟି ବ୍ୟକ୍ତି ନିଜ ନିଜ ସ୍ତରରେ ଉଦ୍ୟମ କରିବା ଉଚିତ। ଉଦ୍ୟୋଗୀମାନେ ରାଜ୍ୟ ତଥା ଦେଶର ସାମାଜିକ ଅର୍ଥନୀତିକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏପରି କି ନିଜ ପ୍ରଚେଷ୍ଟା ଓ ପରିଶ୍ରମ ବଳରେ ଏକ ବ୍ୟବସାୟିକ ସାମ୍ରାଜ୍ୟ ସୃଷ୍ଟି କରି ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ସଫଳ ହୋଇପାରିଛନ୍ତି। ଉଦ୍ୟୋଗୀମାନଙ୍କ କଠିନ ପରିଶ୍ରମ ଏବଂ ଅଧ୍ୟବସାୟକୁ ସମ୍ମାନିତ କରିବାରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ବୋଲି ସିଂଦେଓ କହିଛନ୍ତି।
      ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ‘ବିଗିଜ୍‌ ବର୍ଗର୍‌’ର ପ୍ରତିଷ୍ଠାତା ବିରଜା ପ୍ରସାଦ ରାଉତ ଯୋଗଦେଇ ନିଜର ଔଦ୍ୟୋଗିକ ଯାତ୍ରାର ଅନୁଭୂତି ବର୍ଣ୍ଣନା କରିବା ସହ ସମସ୍ତ  ଉଦ୍ୟୋଗୀ ନିଜ ନିଜ ଉଦ୍ୟୋଗକ୍ଷେତ୍ରରେ ନିଷ୍ଠାପର ମନୋଭାବ ପୋଷଣ ପାଇଁ ମତ ଦେଇଥିଲେ। ଏକ ଛୋଟ ବ୍ୟବସାୟରୁ ଆରମ୍ଭ ହୋଇଥିବା ବିଗିଜ୍‌ ବର୍ଗର୍‌କୁ ଏକ ପ୍ରତିଷ୍ଠିତ ବ୍ରାଣ୍ଡ୍‌ରେ ପରିଣତ କରିବା ପାଇଁ ତାଙ୍କର ପ୍ରୟାସ, ତ୍ୟାଗ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଭାରତର ଅର୍ଥନୀତି ସୁଦୃଢ଼ କରିବା ପଛରେ କେବଳ ବଡ଼ ବଡ଼ ଶିଳ୍ପ ନୁହେଁ ବରଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ଉଦ୍ୟୋଗୀ ଉଚ୍ଚ ସ୍ବପ୍ନ ଦେଖିବା, ବିଶ୍ୱସ୍ତରୀୟ ସ୍ବପ୍ନ ଦେଖିବା ଏବଂ ଏହି ସ୍ବପ୍ନ ପୂରଣ କରିବା ଦିଗରେ ଅଗ୍ରସର ହେବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଉଦ୍ୟୋଗୀ ଭାବେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ମାର୍ଗଦର୍ଶନ କରିଥିଲେ। ଖବରକାଗଜ ଶିଳ୍ପର ଉଦାହରଣ ଦେଇ ଅନ୍ୟ ଯେକୌଣସି ଉଦ୍ୟୋଗ ବା ଶିଳ୍ପରେ କିପରି ସଫଳତା ପାଇହେବ ସେନେଇ ମତ ଦେଇଥିଲେ। ଉଦ୍ୟୋଗୀମାନେ ବିଭିନ୍ନ ସମୟରେ ଆସୁଥିବା ସମସ୍ୟାର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବା ସହ ନିଜ କମ୍ପାନୀର କର୍ମଚାରୀଙ୍କୁ ଖୁସି ରଖିବା ଜରୁରୀ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ କହିଥିଲେ, ଓଡ଼ିଶାର ଛୋଟବଡ଼ ବ୍ୟବସାୟୀଙ୍କ ପାଇଁ କୋଭିଡ୍‌ ମହାମାରୀ  ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା। ସେତେବେଳେ ଯେଉଁମାନେ ନିଜ ବ୍ୟବସାୟ ବଞ୍ଚାଇ ରଖିପାରିଥିଲେ ସେମାନେ ଆଜି ବହୁତ ଆଗକୁ ବଢ଼ିଲେଣି। ଆଇପିଏସ୍‌ ଓ ଆଇଏଏସ୍‌ ଭଳି ଚାକିରିକୁ ପୂର୍ବରୁ ସଫଳତାର ଶେଷ ପାହାଚ ବୋଲି ବିଚାର କରାଯାଉଥିବାବେଳେ ବର୍ତ୍ତମାନ ଲୋକଙ୍କ ମାନସିକତା ଓ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲାଣି। ଉଦ୍ୟୋଗ ପ୍ରତିଷ୍ଠା କରି ମଧ୍ୟ ଜଣେ ସଫଳ ହୋଇପାରେ ତାହା ଲୋକେ ବୁଝିଲେଣି ବୋଲି ତଥାଗତ କହିଥିଲେ। ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ଆଗକୁ ନେବାକୁ ରାଜନୈତିକ, ସାମାଜିକ, ବ୍ୟକ୍ତିଗତ ଓ ପ୍ରଶାସନିକସ୍ତରରେ ପ୍ରୟାସ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ। ଆଗରୁ ଓଡ଼ିଶାକୁ ବାହାର ରାଜ୍ୟ ଲୋକେ ଚିହ୍ନୁ ନ ଥିଲେ। ବର୍ତ୍ତମାନ କିନ୍ତୁ ରାଜ୍ୟ ବହୁତ ଖ୍ୟାତି ଅର୍ଜନ କଲାଣି। ଆଗକୁ ଏହି ଧାରାକୁ ବଜାୟ ରଖିବାକୁ ହେବ ବୋଲି ତଥାଗତ ଆହ୍ବାନ ଦେଇଥିଲେ। ଚଳିତବର୍ଷ ବିଭିନ୍ନ ଉଦ୍ୟୋଗରେ ସଫଳତା ହାସଲ କରିଥିବା ୨୦ଜଣ ଉଦ୍ୟୋଗପତିଙ୍କୁ ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ-୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଥିଲା। କାଯର୍ର୍‌ୟକ୍ରମକୁ ଶୋଭନା ମିଶ୍ର ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ, ଜେଏସ୍‌ପି(ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର୍‌), ଏମ୍‌ସିଏଲ୍‌(ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌), ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ପାରାଦୀପ ଫସଫେଟ୍‌ ଲିମିଟେଡ୍‌(ପିପିଏଲ), ବେଦାନ୍ତ, ଏସ୍‌ଏସ୍‌ଟି ଡେଭ୍‌ଲେପସ, ଇମ୍ଫା, ଜେଏସ୍‌ଏଲ୍‌, ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ନାରାୟଣୀ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଡ୍ରିମ୍‌ସ ୟୁନିଭରସିଟି, ନାଲ୍‌କୋ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ସାଇ ସବୁରୀ ହସ୍ପିଟାଲ, ଚିରାଗ ଇଣ୍ଡଷ୍ଟ୍ରିଜ୍‌, ଓ୍ବିଫି ଇଣ୍ଟରନେଟ୍‌ ଓ ଅଜନ୍ତା ଆଡଭର୍ଟାଇଜର୍ସ ପ୍ରାୟୋଜକ ଥିଲେ। ସମସ୍ତ ପ୍ରାୟୋଜକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

୧୯ରେ ବିଜେଡି ସଭାପତି  ନିର୍ବାଚନ: ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୨।୪: ଆସନ୍ତା ୧୯ରେ ବିଜେଡି ସଭାପତି  ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି।...

ପୁଣି UPI ଡାଉନ୍‌, ଥରେ ପେମେଣ୍ଟ କଲେ ଦୁଇଥର କଟିଯାଉଛି ଟଙ୍କା!

ନୂଆଦିଲ୍ଲୀ,୧୨।୪: ପୁଣି ୟୁପିଆଇ ଡାଉନ୍‌। ଶନିବାର ସାରା ଦେଶରେ ବ୍ୟବହାରକାରୀ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର...

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

ସାରାଦେଶରେ ପୁଣି UPI DOWN, ପେମେଣ୍ଟବେଳେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୧୨।୪: ଆଜି, ସାରା ଦେଶରେ ଲୋକମାନେ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର...

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠରେ ଦୀର୍ଘ ଏକମାସ ଧରି  ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ରପର୍ବ ଶନିବାର ପବିତ୍ର ପୂର୍ଣ୍ଣମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image