ଶିମଲା,୯।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଭିନ୍ନ ଦଳ ପକ୍ଷରୁ ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶିମଲାଙ୍କ ବାନୁତୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ଦଳ ହିମାଚଳ ପ୍ରଦେଶରେ ସରକାର ଗଠନ କରିବ। ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ସହିତ ସମସ୍ତ ପ୍ରତିଶ୍ରୁତି ପୂରଣ ହେବ। ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି କଂଗ୍ରେସ ଏପରି ପ୍ରତିଶ୍ରୁତି ଦେଇ ନାହିଁ ଯାହା ପୂରଣ ହୋଇପାରିବ ନାହିଁ। ଆମେ କେବେ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଚେଷ୍ଟା କରୁନାହିଁ। ଭାଜପା ହିମାଚଳ ପ୍ରଦେଶର ଲୋକଙ୍କୁ ବୋକା ବନାଇ ପାରିବ ନାହିଁ,କାରଣ ଏଠାରେ ଲୋକମାନେ ଶିକ୍ଷିତ। ଅଧ୍ୟକ୍ଷ ହେବା ପରେ ଏହା ଖାର୍ଗେଙ୍କ ପ୍ରଥମ ନିର୍ବାଚନୀ ସଭା ଥିଲା।
ସୂଚନାଯୋଗ୍ୟ, ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୨ରେ ଅନୁଷ୍ଠିତ ହେବ। ନଭେମ୍ବର ୮ରେ ଫଳାଫଳ ଘୋଷଣା କରାଯିବ।