Advertisement
Categories: ଖେଳ

କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ଜାନୁଆରୀରେ ପ୍ରଥମ ସନ୍ତାନର ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ ଶୃଙ୍ଖଳା ଚାଲିଥିବ। ଏହାକୁ ଦୃଷ୍ଟିରେ ରଖି କୋହଲି ଶେଷ ତିନିଟି ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ ସମୟ ବିତାଇବା ପାଇଁ ଭାରତ ଫେରିବେ। ଏଥିଲାଗି ବିସିସିଆଇ ପିତୃତ୍ବ ଅବକାଶ ପ୍ରଦାନ କରିଛି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟ କେହି ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏପରିକି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ମାନେ କୋହଲିଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି। ଦେଶ ଅପେକ୍ଷା କୋହଲି ପରିବାର ଅଧିକ ପ୍ରାଥମିକତା ଦେଉଥିବା ସେମାନେ କହିଛନ୍ତି। କୋହଲି ଭାରତ ନଫେରି ପୂରା ଶୃଙ୍ଖଳା ଖେଳନ୍ତୁ ଏବଂ ତାଙ୍କ ସନ୍ତାନ ମଧ୍ୟ ଅଷ୍ଟ୍ରେଲିଆରେ ଜନ୍ମ ହେଉ ବୋଲି ଆଶା କରିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଆଲାନ ବର୍ଡର। କୋହଲି ରହିଲେ ଶୃଙ୍ଖଳା ଅଧିକ ରୋଚକ ହେବ। ଯଦି କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହୁଏ, ତାହାଲେ ଆମେ ତାକୁ ଅଷ୍ଟ୍ରେଲୀୟ ବୋଲି ଦାବି କରିପାରିବୁ ପରିହାସରେ ଏକଥା କହିଛନ୍ତି ଆଲାନ ବର୍ଡର। କୋହଲି ନ ରହିବେ ମ୍ୟାଚ୍‌ରେ ମଜା ଆସିପାରିବ ନାହିଁ ଭାରତ ପାଇଁ ଏହା ଶକ୍ତ ଧକ୍କା ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel