ଭାରତ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ଆମର ଆବଶ୍ୟକ ନାହିଁ: ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ବିବାଦ…

କାଠମାଣ୍ଡୁ,୬।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଭାରତ ବିରୋଧରେ ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ବିରୋଧୀମାନେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଛନ୍ତି।
ନେପାଳର ପ୍ରଧାନମନ୍ତ୍ରୀ ନିକଟରେ କହିଥିଲେ ନେପାଳରେ ଅବସ୍ଥାପିତ ଜଣେ ଭାରତୀୟ ବ୍ୟବସାୟୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବା ପାଇଁ ଭାରତ ସହ କଥା ହୋଇଛନ୍ତି। ଏହା ପରେ ବିରୋଧୀ ତାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଏଥି ସହ ବିରୋଧୀ କହିଛନ୍ତି ନୂଆଦିଲ୍ଲୀ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ଆମର ଆବଶ୍ୟକ ନାହିଁ। ସେଭଳି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଜାରି ରଖିବାର କୌଣସି ଅଧିକାର ନାହିଁ।

ସୋମବାର ସର୍ଦ୍ଦାର ପ୍ରୀତମ ସିଂଙ୍କ ଜୀବନ ଉପରେ ପୁସ୍ତକ ଉନ୍ମୋଚନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ସେ ଅନେକ ଥର ଦିଲ୍ଲୀ ଗସ୍ତ କରିବା ସହିତ କାଠମାଣ୍ଡୁରେ ରାଜନୈତିକ ନେତାଙ୍କ ସହ ଅନେକ ଥର ଆଲୋଚନା କରିଥିଲେ।

ନେପାଳ-ଭାରତ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରୀତମ ସିଂ ଏକ ବିଶେଷ ଏବଂ ଐତିହାସିକ ଭୂମିକା ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ମନ୍ତବ୍ୟ ଯୋଗୁ ନେପାଳରେ ରାଜନେହତିକ ଝଡ ସୃଷ୍ଟି ହୋଇଛି ଏବଂ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଉଛି।

Share