ଚାଇନା ସହିତ ଆମେ ବିବାଦ ଚାହୁଁନାହୁଁ: ବାଇଡେନ

ନ୍ୟୁୟର୍କ,୨୭।୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶର ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚାଇନା ସହିତ ଆମେରିକା କଦାପି ବିବାଦ ଚାହୁଁ ନାହିଁ। ଚାଇନା ସହ ଥିବା ସମ୍ପର୍କକୁ ଆଦୌ ନଷ୍ଟ କରିବାକୁ ମଧ୍ୟ ଚାହୁଁନାହିଁ। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଏହା ଜାଣିଛନ୍ତି। ୟୁକ୍ରେନରେ ରୁଷିଆର ଆକ୍ରମଣ ଠାରୁ ଆରମ୍ଭ କରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପର୍ଯ୍ୟନ୍ତ ଆମେରିକା ଅନେକ ପ୍ରସଙ୍ଗରେ ନେତୃତ୍ୱ ନେବା ଜାରି ରଖିବ।
ନିକଟରେ ଆମେରିକାର ସାମରିକ ଶକ୍ତି ବିଷୟରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଯଦିଓ ଆମେରିକା ବିଶ୍ୱ ସ୍ତରରେ ସବୁଠାରୁ ଅର୍ଥନୈତିକ ଶକ୍ତିଶାଳୀ ଦେଶ ଭାବରେ ଗଣାଯାଏ, ତଥାପି ଏହାର ସେନା ପ୍ରତିରକ୍ଷା ଦୃଷ୍ଟିରୁ ଯୁଦ୍ଧ ଜିତିବାକୁ ସକ୍ଷମ ନୁହେଁ। ଚାଇନା ଏବଂ ରୁଷିଆର ସମ୍ଭାବ୍ୟ ବିପଦକୁ ମୁକାବିଲା କରିବାରେ ଆମେରିକାର ସୈନିକମାନେ ଦୁର୍ବଳ। ଏହି ରିପୋର୍ଟ ପରେ ଜୋ ବାଇଡେନ ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି।

Share