Categories: ବାଣିଜ୍ୟ

‘ଅର୍ଥ ମନ୍ତ୍ରଣାଳୟ ନିକଟରୁ ୨ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଶା କରୁଛୁ’

ଆଗାମୀ ବଜେଟ ନିମନ୍ତେ ଆମେ ସରକାରଙ୍କ ନିକଟରୁ ବିଶେଷକରି ଅର୍ଥ ମନ୍ତ୍ରଣାଳୟ ନିକଟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଶା କରୁଛୁ। ପ୍ରଥମତଃ ଆମେ ସୁନା ଆମଦାନୀ ଉପରେ ଲାଗୁ କରାଯାଉଥିବା ଶୁଳ୍କ ହ୍ରାସ କରିବା ନେଇ ଦୀର୍ଘଦିନରୁ ଆମ ଅନୁରୋଧକୁ ଦୋହରାଉଛୁ। ଏହି ପଦକ୍ଷେପ ସଫଳତାର ସହ ଆନ୍ତର୍ଜାତିକ ମାନକ ସହିତ ଘରୋଇ ସୁନା ମୂଲ୍ୟ ମଧ୍ୟର ତାଳମେଳ ରଖିବ ଏବଂ ତଦ୍ଦ୍ବାରା ଚାଲିଥିବା ଅସାଧୁ କାରବାରକୁ ରୋକାଯାଇପାରିବ। ପ୍ରାୟ ୨ ରୁ ୩% ଶୁଳ୍କ ହ୍ରାସ ଦ୍ୱାରା ତାହା ଏହି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅବଦାନ ରଖିବ।

ଦ୍ୱିତୀୟତଃ ପାନ୍‌କାର୍ଡ ଏବଂ ଅନୁରୂପ ପରିଚୟ ସମ୍ପର୍କିତ କାଗଜ ନିମନ୍ତେ ୨ ଲକ୍ଷ ଟଙ୍କା କାରବାର ନେଇ ସମ୍ପ୍ରତି ରହିଥିବା ସୀମା ସମ୍ପର୍କରେ ଆମେ ଦୃଷ୍ଟି ଆକର୍ଷଣ କରୁଛୁ। ଗତ ୨ବର୍ଷ ମଧ୍ୟରେ ସୁନା ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ପରିପ୍ରେକ୍ଷୀରେ ୫ବର୍ଷ ତଳେ ନିର୍ଦ୍ଧାରଣ କରାଯାଇଥିବା ଏହି ସୀମା ଆଉ ପ୍ରଚଳିତ ବଜାର ବ୍ୟବସ୍ଥାକୁ ପର୍ଯ୍ୟାପ୍ତ ଭାବେ ପ୍ରତିଫଳିତ କରୁ ନାହିଁ। ସେଥିପାଇଁ ପାନ୍‌କାର୍ଡ ସୀମା ୩.୫ ରୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଗଲେ ତାହା ଉତ୍ତମ ହେବ। ଏହା ଶିଳ୍ପ ପାଇଁ ସହାୟକ ହେବ ଏବଂ ଗ୍ରାହକମାନଙ୍କୁ ଅନେକ କାଗଜପତ୍ର କାମରୁ ରକ୍ଷା କରିବ।

Share