Posted inଜାତୀୟ

‘ଆମେ ମଇଦାନରେ ଝଗଡା କରୁ’; ମୋଦି କହିଲେ, ରାହୁଲ-ସୋନିଆଙ୍କ କିଛି ଅସୁବିଧା ହେଲେ…

ନୂଆଦିଲ୍ଲୀ,୨୯।୫: ବିରୋଧୀ ଦଳର କେଉଁ ନେତାଙ୍କୁ ଆପଣ ବହୁତ ପସନ୍ଦ କରନ୍ତି? ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏ ସମ୍ପର୍କରେ ଖୁଲାସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିଲା କି, ବିରୋଧୀ ଦଳର କେଉଁ ନେତାଙ୍କୁ ସେ ସବୁଠୁ ଅଧିକ ପସନ୍ଦ କରନ୍ତି? ଏହି ପ୍ରଶ୍ନର ଉତ୍ତରରେ ପିଏମ କହିଛନ୍ତି, ‘ଯଦି ମୁଁ ନାଁ କହିବି ତେବେ ଏହା ଭଲ ଦେଖାଯିବ ନାହିଁ। କିନ୍ତୁ ଆପଣଙ୍କୁ କହିବାକୁ ଚାହେଁ, ଯଦିଓ ଓକିଲମାନଙ୍କୁ କୋର୍ଟ ଭିତରେ ବାକ୍‌ଯୁଦ୍ଧ କରୁଥିବାର ଦେଖିଥିବେ, କିନ୍ତୁ ସେମାନଙ୍କର ମଧ୍ୟରେ ସମ୍ପର୍କ ବହୁତ ନିବିଡ’। ଓକିଲଙ୍କ ଉଦାହରଣ ଦେଇ ମୋଦି କହିବାକୁ ଚାହିଁଛନ୍ତି ଯେ, ଯଦିଓ ମଇଦାନରେ ବିରୋଧୀଙ୍କ ସହ କଡ଼ା ଟକ୍କର ହୁଏ କିନ୍ତୁ ବ୍ୟକ୍ତିଗତ ଭାବେ ଆମେ ପରସ୍ପର କଥା ବୁଝିବା ସହ ଭଲମନ୍ଦ ବୁଝିଥାଉ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘ରାଜନୈତିକ କ୍ଷେତ୍ରରେ ଅନେକ ଘଟଣା ଘଟିବା ପରେ ମଧ୍ୟ ଆମ ମଧ୍ୟରେ ନିଜରପଣ ରହିଛି’। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କଂଗ୍ରେସରେ ଥିଲୋ। ମୋର ମନେ ଅଛି, ‘୨୦୧୯ ନିର୍ବାଚନ ସମୟରେ ମୁଁ ତାଙ୍କୁ ୩-୪ ଥର କଲ କରିଛି। ଫୋନରେ କଥା ହେବା ସମୟରେ ପ୍ରଣବଜୀ କହୁଥିଲେ, ଏତେ ପରିଶ୍ରମ କରୁଛ, ତୁମ ସ୍ବାସ୍ଥ୍ୟର ଯତ୍ନ କିଏ ନେବ?
ସେ ଜଣେ କଂଗ୍ରେସ କର୍ମୀ, ଆଉ ଭାଜପାର। କଂଗ୍ରେସକୁ ପରାଜିତ କରିବା ପାଇଁ ମୁଁ ରଣନୀତି ପ୍ରସ୍ତୁତ କରୁଥିଲି। ତଥାପି ସେ ମୋତେ ଫୋନ କରି କଥା ହେଉଥିଲେ। ମୁଁ ମଧ୍ୟ ତାଙ୍କୁ ବହୁତ ସମ୍ମାନ କରେ ବୋଲି ମୋଦି କହିଛନ୍ତି।

ସେହିପରି ସାକ୍ଷାତକାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ‘ନିର୍ବାଚନ ସମୟରେ ଥରେ ମହାରାଷ୍ଟ୍ରରେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରରେ ତ୍ରୁଟି ଦେଖାଦେଇଥିଲା। େଯେତେବେଳେ ମୁଁ ଜାଣିବାକୁ ପାଇଲି ମୁଁ ତୁରନ୍ତ ତୁରନ୍ତ ଫୋନ କରି ତାଙ୍କ ଭଲମନ୍ଦ ସମ୍ପର୍କରେ ବୁଝିଥିଲି। ଆଉଥରେ ସୋନିଆ ଗାନ୍ଧୀ କାଶୀରେ ମୋ ବିପକ୍ଷରେ ରୋଡ ଶୋ’ କରୁଥିଲେ। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଗଲା। ଯେତେବେଳେ ମୁଁ ଏ ବିଷୟରେ ସୂଚନା ପାଇଲି, ସଙ୍ଗେ ସଙ୍ଗେ ଏକ ସ୍ବତନ୍ତ୍ର ବିମାନ ପଠାଇ ଦିଲ୍ଲୀ ମେଡିକାଲରେ ତାଙ୍କର ବ୍ୟବସ୍ଥା କଲି’ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri