Categories: ଜାତୀୟ

ପରସ୍ପରଠାରୁ ଆମର ଅନେକ କିଛି ଶିଖିବାକୁ ଅଛି: ଚନ୍ଦ୍ରଚୂଡ…

ନୂଆଦିଲ୍ଲୀ,୨୩।୯ : ଅନ୍ତର୍ଜାତୀୟ ଆଇନ ସମ୍ମିଳନୀ ୨୦୨୩ର ଉଦଘାଟନୀ ସମାରୋହରେ ଯୋଗଦେଇ ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଶନିବାର କହିଛନ୍ତି ଆମର ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ଦୃଷ୍ଟିକୋଣ, ଅଧିକାର ଅଛି। ପରସ୍ପରଠାରୁ ଆମକୁ ଅନେକ କିଛି ଶିଖିବାକୁ ହେବ।

ସେ କହିଛନ୍ତି, ଏହା ଭାବିବା ଅତ୍ୟନ୍ତ ଉପଯୋଗୀ ଗୋଟିଏ ଦିନ ଆସିବ ଯେତେବେଳେ ଆମେ ସଠିକ ସମାଧାନ ପାଇବୁ ଏବଂ ନ୍ୟାୟ ପ୍ରଦାନରେ କୌଣସି ଆହ୍ବନ ରହିବ ନାହିଁ। ଜ୍ଞାନ ବାଣ୍ଟିବା ହେଉଛି ଏକ ଦ୍ୱିପାକ୍ଷିକ ରାସ୍ତା।

ବିଭିନ୍ନ ପ୍ରସଙ୍ଗରେ ଅର୍ଥପୂର୍ଣ୍ଣ କଥାବାର୍ତ୍ତା ଏବଂ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ଏବଂ ଆଇନଗତ ପ୍ରସଙ୍ଗରେ ଆନ୍ତର୍ଜାତୀୟ ସହଯୋଗ ଏବଂ ବୁଝାମଣାକୁ ମଜବୁତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ।

Share