Categories: ଜାତୀୟ

ସନ୍ଧ୍ୟା ୭ଟାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବ ଭାରତୀୟ କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିଲା । ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକମାନେ ଶାନ୍ତି ଶୃଙ୍ଖଳାର ସହ ଭାରତ ବନ୍ଦକୁ ସଫଳ କରିଥିବା କୁହାଯାଉଛି । ତେବେ କୃଷକମାନେ ସେମାନଙ୍କ ଜିଦରେ ଅଟଳ ଥିବାରୁ ଏହାକୁ ଦେଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ସନ୍ଧ୍ୟା ୭ଟାରେ ସେମାନଙ୍କ ସହ କଥା ହେବାକୁ ଡାକିଛନ୍ତି । ଭାରତୀୟ କୃଷକ ସଙ୍ଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୨ ଦିନ ମଧ୍ୟରେ ପ୍ରାୟ ୫ ଥର ସରକାରଙ୍କ ସହ କୃଷକଙ୍କର କଥା ସରିଥିଲେ ମଧ୍ୟ ଏହାର କୌଣସି ଫଳ ମିଳି ନାହିଁ । ବୁଧବାର ପୁଣିଥରେ ଏହାକୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ମଙ୍ଗଳବାର କୃଷି ଆଇନକୁ ବିରୋଧ କରି ଯେଉଁ ଭାରତ ବନ୍ଦ ଡାକରା ଦିଆଯାଇଥିଲା ତାହା ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । କିଛି ରାଜ୍ୟରେ ବସ୍‌, ଟ୍ରେନ୍ ଆଦି ଚଳାଚଳରେ ବାଧା ଉପୁଜିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଜୀବନଯାତ୍ରା ସ୍ୱାଭାବିକ ଥିବା ସୂଚନା ମିଳିଛି ।

Share