ଦେଶ ପାଇଁ ଆସିଛୁ, କିଛି ଏଭଳି କହି ପ୍ରତିକ୍ରିୟା ରଖିଲେ ଅଭିନେତା

ମୁମ୍ବାଇ: ୯୫ ତମ ଓସ୍କାର ସମାରୋହରେ ଦକ୍ଷିଣ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ଏହି ବିଜୟ ପାଇଁ ‘ଆର୍‌ଆର୍‌ଆର୍‌’ ଟିମ୍‌କୁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ସୁପରଷ୍ଟାର ରାମଚରଣ ଏବଂ ଜୁନିଅର ଏନ୍‌ଟିଆରଙ୍କ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରାମଚରଣ ଏବଂ ଏନ୍‌ଟିଆର ଭାରତୀୟଙ୍କ ବିଷୟରେ କହୁଥିବାର ନଜର ଆସିଥିଲେ।
ଇନଷ୍ଟାଣ୍ଟ ବଲିଉଡ ସୋମବାର ଏହାର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ନୂତନ ଭିଡିଓ ଶେୟାର କରିଛି। ଏହି ଭିଡିଓରେ ଓସ୍କାର ଆଙ୍କର୍‌ ଅଭିନେତା ରାମଚରଣଙ୍କୁ ଓସ୍କାର ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ। ଯାହାକୁ ରାମଚରଣ ନିଜ ଶୈଳୀରେ ଉତ୍ତର ଦେଇଥିଲେ। ଭିଡିଓରେ ରାମଚରଣ କହିଛନ୍ତି, ଓସ୍କାର ଜିତିବା ପ୍ରକୃତରେ ସମସ୍ତଙ୍କ ସ୍ବପ୍ନ । ଆମେ କେବଳ ‘ଆର୍‌ଆର୍‌ଆର୍‌’ ଟିମ୍‌ ପାଇଁ ନୁହେଁ ବରଂ ଦେଶ ପାଇଁ ଏଠାକୁ ଆସିଛୁ। ଆମେ ଭାରତ ପକ୍ଷରୁ ଏଠାରେ ପ୍ରତିନିଧିତ୍ୱ କରୁଛୁ, ଏହା ଗର୍ବର ବିଷୟ।

Share